ଅନୁଷ୍ଠାନପ୍ରେମୀ ମହେନ୍ଦ୍ର ମିଶ୍ରଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପୁରୁଣା ବଜାର ଦୁର୍ଗା ପୂଜା କମିଟିର ସଭାପତି ତଥା ବନ୍ତ ଗ୍ରାମର ଅନୁଷ୍ଠାନପ୍ରେମୀ ମହେନ୍ଦ୍ରନାଥ ମିଶ୍ର(୮୦)ଙ୍କର ସୋମବାର ରାତି ୧୨ଟା ବେଳେ ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥାଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିଲେ । ମଙ୍ଗଳବାର ସକାଳେ ତାଙ୍କ ମରଶରୀର ବନ୍ତରେ ପହଞ୍ôଚବା ପରେ ଦୁର୍ଗା ପୂଜା କମିଟିର କର୍ମକର୍ତ୍ତାିଙ୍କ ସମେତ ଶତାଧିକ ଲୋକ ତାଙ୍କୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରାଇଥିଲେ । ଶୋଭାଯାତ୍ରା ବେଳେ ଦୁର୍ଗାପୂଜା କମିଟି, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର କମକର୍ତ୍ତା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । ମଧ୍ୟମ ପୁତ୍ର ହରପ୍ରସାଦ ମୁଖାଗ୍ନି ଦେଇଥିଲେ । ସେ ପ୍ରାଣୀ ଚିକିତ୍ସା ବିଭାଗରେ ଚାକିରୀ କରି ଅବସର ନେଇଥିଲେ । ସେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ରହିଥିଲା । ଏଥିସହ ସେ ଦୀର୍ଘ ୧୦ ଧରି ବନ୍ତ ଦୁର୍ଗା ପୂଜା କମିଟିର ସଭାପତି ଭାବେ କାର୍ଯ୍ୟ କରି ଆସୁଥିଲେ । ବିଭିନ୍ନ ସମୟରେ ସେ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଓ ସମାଜସେବାରେ ନିଜକୁ ନିୟୋଜିତ କରିଆସିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


