ଅନୁଷ୍ଠାନପ୍ରେମୀ ରବି ବାବୁଙ୍କ ପରଲୋକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଳକ ଗଣିଜାଙ୍ଗ ଗ୍ରାମ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ରବିନ୍ଦ୍ର ଘିଆ(୬୦)ଙ୍କର ଆଜି ପ୍ରାୟ ଭୋର ୪ଟା ବେଳେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ପରଲୋକ ଘଟିଛି । ସେ ପ୍ରାୟ ୧ ବର୍ଷ ହେବ କିଡନୀ ଜନୀତ ରୋଗରେ ପିଡିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗଣିଜାଙ୍ଗ ବଜାର ବନ୍ଦ ରହିବା ସହ ସମସ୍ତ ବ୍ୟବସାୟୀ ସଂଘ ପକ୍ଷରୁ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶୋଭାଯାତ୍ରାରେ ବଜାର ପରିକ୍ରମା କରାଯାଇଥିଲା । ଏହି ଅବସରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପରେ ବାଉନଘର, ଖର୍ଦ୍ଧା, ଘଡେଇ ସାହି, ନର୍ନ୍ଦା ସାହି ସମେତ ବୃନ୍ଦାବନପୁର ଗ୍ରାମକୁ ଶତାଧିକ ଲୋକ ସହିତ ସୁସଜ୍ଜିତ ଗାଡିରେ ତାଙ୍କ ମୃତଦେହକୁ ନିଆଯାଇଥିଲା । ତାଙ୍କ ବାସଭବନରେ ଶତାଧିକ ଲୋକ ଶେଷଦର୍ଶନ କରିଥିଲେ । ସେ ଗଣିଜାଙ୍ଗ ବଜାରରେ ଦୀର୍ଘ ୨୦ ବର୍ଷ ଧରି ବ୍ୟବସାୟ କରିବା ସହିତ ବୃନ୍ଦାବନପୁର ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟ ଥିଲେ । ପୁରୁଣା ହରିହାଟରେ ଦୀର୍ଘ ୧୦ ବର୍ଷ ଧରି ଦାୟୀତ୍ୱ ନେଇଥିଲେ । ଏଥିସହ ବଜାର କମିଟି, କାଳୀପୂଜା କମିଟିରେ ଜଣେ ସକ୍ରିୟ ସଦସ୍ୟ ଥିଲେ । ସେ ଜଣେ ଅନୁଷ୍ଠାନପ୍ରେମୀ, ପରୋପକାରୀ, ମେଳାପୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ୫ ପୁଅ, ବୋହୁ, ପତ୍ନୀଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ