ଅନୁଷ୍ଠାନପ୍ରେମୀ ସ୍ୱର୍ଗତ ନୃସିଂହ ଚରଣ ପଣ୍ଡାଙ୍କ ସ୍ମୃତିଚାରଣ ସଭା
ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ଶୁକ୍ରବାର ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ସାହାଡାପଲ୍ଲୀ ଗ୍ରାମର ଅନୁଷ୍ଠାନପ୍ରେମୀ ତଥା ମା’ବଉଳାଶୁଣୀ ଯାତ୍ରା କମିଟିର ସଭାପତି ସ୍ୱର୍ଗତ ନୃସିଂହ ଚରଣ ପଣ୍ଡାଙ୍କ ଉଦ୍ଦେଶ୍ୟରେ ନିଳୋକ ହାଇସ୍କୁଲ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନିଳୋକ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରହରି ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶୋଭେନ୍ଦ୍ର କୁମାର ମାଝୀ, ଯାତ୍ରା କମିଟିର ସମ୍ପାଦକ କାହ୍ନୁ ଚରଣ ବାରିକ, ଅବସରପ୍ରାପ୍ତ ଶିକ୍ଷକ ନିରାକର ବେହେରା, ଗୌରାଙ୍ଗ ଚରଣ ମହାନ୍ତି, ଭାସ୍କର ଚନ୍ଦ୍ର ସେନାପତି, ପର୍ଶୁରାମ ନାୟକ, ନବ କୁମାର ଲେଙ୍କା, ଶିକ୍ଷକ ସୁଧାକର ପଣ୍ଡା, ସନାତନ ନାୟକ, ପ୍ରାକ୍ତନ ସିଆରସିସି ପର୍ଶୁରାମ ନାୟକ, ସମାଜସେବୀ କିଶୋର କୁମାର ବେହେରା, ଉପେନ୍ଦ୍ର ମିଶ୍ର, ରମେଶ ପାଢୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପଣ୍ଡା ଜଣେ ଅନୁଷ୍ଠାନପ୍ରେମୀ ଥିଲେ ବୋଲି କହିଥିଲେ । ନିଳୋକ ହାଇସ୍କୁଲ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅଶେଷ ସହଯୋଗ ରହିଥିଲା । ସେହିପରି ପଧାନପଡା ସେବା ସମବାୟ ସମିତିର ବିଭିନ୍ନ କାର୍ଯ୍ୟରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଗତ ୧୯୯୫ ମସିହା ଠାରୁ ସେ ମା’ବଉଳାଶୁଣୀ ଯାତ୍ରା କମିଟିର ସଭାପତି ଭାବେ ଦାୟୀତ୍ୱ ତୁଲାଇ ଆସିଥିବା ବେଳେ ତାଙ୍କର ଅନୁଶାସନ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନୋଜ କୁମାର ଶଂଖୁଆ, ଅନିରୁଦ୍ଧ ନାୟକ, ହରି ନାରାୟଣ ମହାନ୍ତି, ଜୟନ୍ତ କୁମାର ସାମଲ, ବଟକୃଷ୍ଣ ମହାନ୍ତି, ମଣିଭଦ୍ର ବିଶ୍ୱାଳ, ରଘୁନାଥ ନାୟକ, ମଦନ ମୋହନ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି ବେଦପାଠ କରିଥିବା ବେଳେ ଜଳଧର ଜେନାଙ୍କ ଦ୍ୱାରା ସ୍ମୃତି ସଂଗୀତ ଗାନ ସମସ୍ତଙ୍କର ହୃଦୟସ୍ପର୍ଶୀ ହୋଇଥିଲା । କାର୍ଯ୍ୟକ୍ରମକୁ ହେମନ୍ତ କୁମାର ଦାଶ, ସଂଗ୍ରାମ ଦାଶ, ବିଜୟାନନ୍ଦ ଦାସ, ଅଜେଶ ନାୟକ, ରବିନ୍ଦ୍ର ବାରିକ, କଳାକାର ଜେନା, ପ୍ରଦୀପ ଶଂଖୁଆ, ଚିତ୍ତ ରଞ୍ଜନ ଦାଶ, ରାଜେଶ ଦାସ, ଦେବାଶୀଷ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।