ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିଳ୍ପାଞ୍ଚଳ ପରିଦର୍ଶନ
ଗଂଜାମ, (ବିନୋଦ ପଲାଇ) :କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସହାୟତାରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଣପତି ସାବତ ଫାଉଣ୍ଡେସନ ତରଫରୁ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କର ଏକ ଚାରିଦିନିଆ ଶିଳ୍ପାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଫାଉଣ୍ଡେସନର ମୁଖ୍ୟ ଡ଼.ବିନୋଦ ଚନ୍ଦ୍ର ସାବତଙ୍କ ନେତୃତ୍ୱରେ ବ୍ରହ୍ମପୁର ପୋୖରାଞ୍ଚଳ ଉଚ୍ଚ ବିଦ୍ୟାଳୟ ତଥା ବିନାୟକ ଆଚାର୍ଯ୍ୟ ବାଳିକା ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଶିଳ୍ପାଞ୍ଚଳ ଯଥା ଆଇଆରଇ ଲିମିଟେଡ଼(ଭାରତୀୟ ବିରଳ ମୂର୍ତ୍ତିକା ଲିମିଟେଡ଼ ),ଗ୍ରାସୀମ ଇଣ୍ଡଷ୍ଟ୍ରି ଲିମିଟେଡ଼ ,ଗୋପାଳପୁର ପୋର୍ଟ ଲିମିଟେଡ଼,କାଜୁ ପ୍ରକ୍ରିୟା କରଣ ୟୁନିଟ,ତାମ୍ପରା ଲେକ ,ପାନ୍ଥନିବାସ ରମ୍ଭା ତଥା ଚିଲିକା ଜେଟି ଆଦି ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଦର୍ଶକ ଭାବେ ସଂସ୍ଥାମାନଙ୍କର ବିଭାଗୀୟ ବିଶାରଦମାନେ କଞ୍ଚାମାଲ ଉତ୍ପାଦ ସାମଗ୍ରୀ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।ଛାତ୍ରଛାତ୍ରୀମାନଙ୍କର ମାର୍ଗ ଦର୍ଶକ ଭାବେ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲିଙ୍ଗରାଜ ସ୍ୱାଇଁ,ବିଜୟ କୁମାର ବେହେରା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ,ବାଳକୃଷ୍ଣ ମହାରଣା,ଡ଼.ଶଙ୍କର ନାରାୟଣ ବେଜ ସମେତ ଅନ୍ୟାନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀ ପରିଦର୍ଶନ କରିଥିଲେ ।