ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ନିଯୁକ୍ତି ପାଇଥିବା ଲେଡ଼ି ମେଟ୍ରୋନମାନଙ୍କ ଗଣଧାରଣା ଓ ବିକ୍ଷୋଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ନିଯୁକ୍ତି ପାଇଥିବା ଲେଡି ମେଟ୍ରୋନ ମାନଙ୍କର ଏକ ବିଶାଳ ଶୋଭାଯାତ୍ରା ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ବାହାରି, ବିଭିନ୍ନ ସ୍ଲୋଗାନ ଓ ପ୍ଲାକାର୍ଡ଼ ଧରି ପିଏମ୍‌ଜି ଧାରଣାସ୍ଥଳରେ ପହଞ୍ôଚଥିଲେ । ଏହାପରେ ସେଠାରେ ଏକ ସଭା ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଲେଡି ମେଟ୍ରୋନମାନଙ୍କ ଚାକିରୀ ସର୍ତ୍ତାବଳୀ ଅନୁଯାୟୀ ହଷ୍ଟେଲ ପରିଚାଳନା ଦାୟିତ୍ୱ ଦେବା, ସରକାରୀ ଚାକିରୀର ମାନ୍ୟତା ପ୍ରଦାନ କରିବା, ୨୪ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟା କାର୍ଯ୍ୟ କରିବା, ମାସିକ ଦରମା ୧୦ ହଜାର ପରିବର୍ତ୍ତେ ୧୮ ହଜାର ଟଙ୍କାକୁ ବୃଦ୍ଧି କରିବା, କାର୍ଯ୍ୟାଳୟ ନିକଟରେ ବାସଗୃହ ଯୋଗାଇ ଦେବା, ଇପିଏଫ୍ କାଟି ଜମା କରିବା, ଅନୁକମ୍ପାମୂଳକ ନିଯୁକ୍ତି ଦାବିରେ ପରିବାରର ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ବକ୍ତାମାନେ କହିଥିଲେ । ଏହି ସଭାରେ ସୁଜିତ କୁମାର ନାୟକ, କାହ୍ନୁ ଚରଣ ମଲ୍ଲିକ, ଝରଣା ମହନ୍ତ, ମେଦିନି ପଟେଲ, ଲଳିତା ବେହେରା, ସସ୍ମିତା ଜେନା, କୁମୁଦିିନୀ ସାହୁ, ଲାବଣ୍ୟଲତା ମହନ୍ତି, ନରୋତ୍ତମ ପାର୍ଥସାରଥୀ, କ୍ଷେତ୍ରମୋହନ ଦାସ, ପବିତ୍ର ପାତ୍ର, ଅଶିଳ ବ୍ରହ୍ମ ଏବଂ ବିଭିନ୍ନ ଜିଲ୍ଲାର ଲେଡ଼ି ମେଟ୍ରୋନମାନେ ନିଜ ନିଜର ବକ୍ତବ୍ୟ ରଖି, ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଦାବିଗୁଡ଼ିକ ସରକାର ସହୃଦୟତାର ସହିତ ତୁରନ୍ତ ପୂରଣ କରିବା ପାଇଁ ବକ୍ତାମାନେ ଦାବି କରିଥିଲେ । ଏହି ମର୍ମରେ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗ, ପ୍ରମୁଖ ଶାସନ ସଚିବ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗଙ୍କ ନିକଟରେ ଦାଖଲ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ