ଅନୁସୂଚିତ ଜାତି ମୋର୍ଚାର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ଚୟନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଅନୁଚୁଚିତ ଜାତି ମୋର୍ଚା ର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଠାରେ ଥିବା ମା’ ମଙ୍ଗଳା କଲ୍ୟାଣ ମଣ୍ଡପ ଠାରେ ମୋର୍ଚ୍ଚାର ଆବାହକ ତଥା ପାଣ ସମାଜ ର ପୂର୍ବତନ ଜିଲ୍ଲା ସଭାପତି ଅନାମ ନାଏକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲା ରୁ ଆସିଥିବା ରାଜ୍ୟ କେଡିକେ ହଟାଓ ଆନ୍ଦୋଳନ ର ରାଜ୍ୟ ସଭାପତି ସୁଧାଂଶୁ ଡାଙ୍ଗ, ବୌଦ୍ଧ ଜିଲ୍ଲା କେଡିକେ ହଟାଓ ଜିଲ୍ଲା ସଭାପତି ବଟକୃଷ୍ଣ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ରୁ ଅନୁସୂଚିତ ଜାତି ସମ୍ପ୍ରଦାୟର କର୍ମକର୍ତା ଉପସ୍ଥିତି ଥିଲେ I ଏହି ଅବସରରେ ଅଖିଳ ଭାରତୀୟ ଅନୁସୂଚିତ ଜାତି ମହାସଂଘ କନ୍ଧମାଳ ଜିଲ୍ଲା ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା I ସର୍ବସମ୍ମତି କ୍ରମେ ଅନାମ ନାଏକ ଙ୍କୁ ମହାସଂଘ ର ସଭାପତି ଭାବରେ ଚୟନ କରାଯାଇଥିବା ବେଳେ ସାଙ୍ଗଠନିକ ସମ୍ପାଦକ ଭାବରେ ଚନ୍ଦ୍ରମୋହନ ନାଏକ, ସାଧାରଣ ସମ୍ପାଦକ ଭାବରେ ସୁଶାନ୍ତ କୁମାର ମୁଖି କାର୍ଯ୍ୟକାରୀ ସମ୍ପାଦକ ଭାବରେ ନୀଳାଞ୍ଚଳ ନାଏକ, ସହ ସମ୍ପାଦକ ଭ୍ରମରବର ନାଏକ ଙ୍କୁ ଚୟନ କରାଯାଇଛି I ସେହିଭଳି ଉପସଭାପତି ଭାବରେ ପ୍ରକାଶ ଚନ୍ଦ୍ର ମୁଖି, ଗହନ ବେହେରା, କାର୍ଯ୍ୟକାରୀ ସଭାପତି ଭାବରେ ଦାଶରଥି ବେହେରା ଓ କୋଷାଧକ୍ଷ ଭାବରେ ରୋହିଦାସ ନାଏକ ଙ୍କୁ ଚୟନ କରାଯାଇଛି I ସେହିଭଳି ଜିଲ୍ଲାର ପ୍ରତ୍ୟକ ବ୍ଲକ ରୁ ତିନି ରୁ ଚାରି ଜଣ ବ୍ୟକ୍ତି ଙ୍କୁ ବ୍ଲକ ସଂଯୋଜକ ଭାବରେ ଦାୟିତ୍ୱ ଦିଆଯାଇଛି I ତେବେ ନିଜ ହକପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରିବା ଓ କେଉଟ, ଧୀବର ଓ କୈବର୍ତ୍ୟ ଜାତି କୁ ଅନୁସୂଚିତ ଜାତି ରୁ ବାଦ ଦେବା ଏହି ସଂଗଠନ ର ମୂଳ ଲକ୍ଷ୍ୟ ରହିଥିବା ବେଳେ ଅନୁ ସୂଚିତ ଜାତି ର ହକ ପାଇଁ ଲଢେଇ ଜାରି ରହିବ ବୋଲି ନବନିଯୁକ୍ତ ନେତୃମଣ୍ଡଳୀ ମାନେ ମତ ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ