ଅନୁ ହେଲେ ଅପରାଜିତାଙ୍କ ପ୍ରତିନିଧି

ଭୁବନେଶ୍ବର : ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କୁ ଶେଷରେ ମିଳିଛି ଏକ ନୂଆ ଦାୟିତ୍ବ। ତାହା ହେଲା ସେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାଂସଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅନୁଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି। ଅପରାଜିତାଙ୍କ ସମସ୍ତ ଏମପି ଅନୁଦାନ ସହିତ ତାଙ୍କ ରାଜନୈତିକ କାର୍ଯ୍ୟ ଅନୁ ତଦାରଖ କରିବେ।
ଅନୁଙ୍କ ନିଯୁକ୍ତି ନେଇ ସାଂସଦ ଅପରାଜିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଫଳରେ ଜିଲ୍ଲା ସ୍ତରୀୟ ବୈଠକରେ ବେଗୁନିଆ ତରଫରୁ ଅନୁ ସାଂସଦଙ୍କ ପ୍ରତିନିଧି ଭାବେ ଯୋଗଦେବେ। ତେବେ ଅନୁଙ୍କ କର୍ମସ୍ଥଳ ବେଗୁନିଆ ହୋଇ ନ ଥିବା ବେଳେ ସେ କିପରି ସେଠାକୁ ଯାଇ ଏହି କାର୍ଯ୍ୟ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଂସଦ କିମ୍ବା ବିଧାୟକ ପ୍ରତିନିଧି ସାଧାରଣତଃ ସେହି ଅଞ୍ଚଳର ହେଲେ ଲୋକଙ୍କ କଥା ବୁଝିବା ସୁବିଧା ହୋଇ ଥାଏ। ଯାହା ଅନୁଙ୍କ ପାଖରେ ତାହା ସମ୍ଭବ ହୋଇପାରିବ ନାହିଁ। ତେବେ ଏହି ଦାୟିତ୍ବ ନେବା ପରେ ଅନୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଧନ୍ୟବାଦ ଦେବା ସହିତ, ତାଙ୍କର କାର୍ଯ୍ୟ ଠିକ ଭାବେ କରିବେ ବୋଲି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ