ଅନୌତିକ ଭିଡ଼ିଓ ଭାଇରଲ ଦୁଇଦିନ ପରେ କାର୍ଯ୍ୟାନୁଷ୍ଠାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତ କିଛି ଦିନ ତଳେ ସରକାରୀ କାର୍ଯ୍ୟାଳୟରେ ପାନ,ଗୁଟଖା ଓ ନିଶା ସେବନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ସରକାରଙ୍କ ପକ୍ଷରୁ କଢ଼ା ନିର୍ଦ୍ଦେଶନମା କରାଯାଇଥିବା ବେଳେ ଗୁମ୍ମାବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଜଣକ ମଦ୍ୟପାନ କରୁଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଥିଲା। ଉକ୍ତ ବ୍ୟକ୍ତି ଜଣକ ହେଲେ ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ(ଏନଆରଏଚଏମ୍)ବିଭାଗର ବିଏଏମ୍ ଗଙ୍ଗାଧର ଆଚାର୍ଯ୍ୟ। ବାବୁ ଜଣକଙ୍କ ଅନୌତିକ ଭାଇରଲ ଭିଡ଼ିଓରେ ସରକାରୀ କାର୍ଯ୍ୟାଳୟ ଭିତରେ ମଦ ବୋତଲ ରଖି କାର୍ଯ୍ୟ କରୁଥିବା ତ କେତେ ବେଳେ ଟେବୁଲ ତଳେ ବିଅର ବୋତଲ ରଖି ନିଶାସକ୍ତ ଅବସ୍ଥାରେ ମୋଉଜ୍ ମଜଲିସ କରୁଥିବା ଦେଖିବାକୁ ମିଳିଥିଲା। ମୋଉଜ୍ ମସ୍ତି ଭିଡ଼ିଓ ଆମ ଖବର କାଗଜ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଉକ୍ତ ମଦ୍ୟପ ଆଚାର୍ଯ୍ୟଙ୍କୁ ତିନିଦିନ ଭିତରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଦାୟିତ୍ୱରେ ଥିବା ଡ଼ଃ ଚିନ୍ମମୟ ବିଶ୍ୱାଳ। ହେଲେ ଗୁରୁବାର ଉକ୍ତ ମଦ୍ୟପ ବାବୁଙ୍କ ଉପରେ ତଦନ୍ତ ଜାରି ରହିଛି ଏବଂ ଦୁଇଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା କତ୍ତୃପକ୍ଷ ସିଡ଼ିଏମ୍ଓ ପ୍ରଦୀପ କୁମାର ପାତ୍ର। ଘଟଣା ସମ୍ପର୍କରେ ଶ୍ରୀ ଆଚାର୍ଯ୍ୟ ବାବୁଙ୍କୁ ସହ ଆମ ଜିଲ୍ଲା ପ୍ରତିନିଧି ଯୋଗାଯୋଗ କରିବା ପାଇଁ ଉଦ୍ୟମ କରି ଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା l ସରକାରୀ କାର୍ଯ୍ୟାଳୟ ଭିତରେ ମଦ୍ୟପାନ କରୁଥିବା ଘଟଣା କେବେଳ କାର୍ଯ୍ୟାଳୟ ଭିତରେ ସୀମିତ ନରହି ବର୍ତ୍ତମାନ ରାଜନୀତିର ମୋଡ଼ ନେଲାନି ପ୍ରକାଶ ଥାଉ କି ଯେ କିଛି ରାଜନୀତି ବ୍ୟକ୍ତି ବିଶେଜ୍ଞ ମାନେ ଟୁପୁରୁ ଟାପୁରୁ ହେଉଛନ୍ତି। କହିବା କଥା ଏହା ଯେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ପ୍ରଭାବସାଳି ଦଳୀୟ ବ୍ୟକ୍ତି ଜଣକ ଆଚାର୍ଯ୍ୟ ବାବୁଙ୍କୁ ପ୍ରୋତ୍ସାହନ ଦେଉଥିଲେ ଏବଂ ନିଜର ସ୍ୱାର୍ଥପର ଭାବେ ଅର୍ଥ ଆଦାୟ କରୁଥିବା ଭଳି ଅଭିଯୋଗ କରିଛନ୍ତି ବିରୋଧୀ ଦଳର ନେତାମାନେ। ଫଳରେ ଘଟଣାଟି ଏବେ ରାଜନୈତିକ ମୋଡ଼ ଦିଗରେ ଗତି କରୁଥିବା ଦେଖିବାକୁ ମିଳିଛି। ୫-ଟି ମୋ ସରକାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ଥିବା ବେଳେ ଏପରି ଅସଙ୍ଗତ କାର୍ଯ୍ୟ କିପରି ଭାବରେ ସମ୍ଭବ ହେଲା ବୋଲି ପ୍ରଶ୍ନ ଉଠୁଛି ସରକାରଙ୍କ ୫-ଟି ଛାଟ କେତେକ ଅଧିକାରୀଙ୍କୁ ବାଜିଥିଲେ ମଧ୍ୟ ତିଳେ ମାତ୍ର ଖାତିରି ନକରି କେମିତି ମୋଉଜ୍ ମସ୍ତିରେ ଲିପ୍ତ ଥିଲେ ବାବୁ ଜଣକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଦିନକୁ ଦିନ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଏଭଳି ଅସ୍ୱାସ୍ଥ୍ୟ କର ବାତାବରଣ ସୃଷ୍ଟି ବାରମ୍ବାର ଦେଖିବାକୁ ମିଳୁଥିଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଶାସନିକ ଅବହେଳା ଏଥି ପାଇଁ ଦାୟୀ ବୋଲି ଅଭିଯୋଗ ହେଉଛି ବର୍ତ୍ତମାନର ସିଡିଏମଓ ପୂର୍ବରୁ ଏଠାରେ ଏଡିଏମ୍ଓ ମଧ୍ୟ ଥିଲେ ପୁଣି ଏଠାକୁ ସିଡିଏମଓ ହୋଇ ଆସିଲେ ଏଣୁ ବର୍ତ୍ତମାନ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ ଭଗବାନ ଭରସାରେ ବୋଲି ଜନସାଧାରଣ କୁହା କୁହି ହେଉଥିବା ଶୁଣିବାକୁ ମିଳୁଛି l ସ୍ବାସ୍ଥ୍ୟ ବିଭାଗର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କର୍ମଚାରୀ ମାନେ ଲିଖିତ ଆକାରରେଜିଲ୍ଲା ପ୍ରଶାସନ ଓ ସିଡିଏମଓ ଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କିମ୍ବା ତଦନ୍ତ ନକରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମାସ ମାସ ଧରି ପକାଇ ରଖୁଥିବା ଏବଂ ଯାହାନାଁ ରେ ଅଭିଯୋଗ ଆସୁଛି ତାଙ୍କୁ ଘଣ୍ଟ ଘୋଡାଇବା କୁ ନେଇ ଦିନକୁ ଦିନ ଆଦିବାସୀ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଆଦିବାସୀ ଦଳିତ ବର୍ଗର କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି ଏହା କେତେ ବେଳେ କଉ ରୂପ ନେବ ତାହା ସମୟ ହିଁ କହିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ