ଅନ୍ତଃରାଜ୍ୟ କୃଷକ ପ୍ରଶିକ୍ଷଣ ଏକଦୀବସୀୟ ଶିବିର
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଠାରେ ଏକଦିବସୀୟ ଅନ୍ତଃ ରାଜ୍ୟ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସହକାରୀ ଉଦ୍ୟାନ କୃଷି ନିର୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ୮୦ଜଣ ଅଗ୍ରଣୀ ଚାଷୀ ତାଲିମ ନେବାକୁ ଯାଇଛନ୍ତି ।ସେଠାରେ ସେମାନେ ଫଳ ଚାଷ,ମହୁ ଚାଷ,ଫୁଲ ଚାଷ,ଛତୁ ଚାଷ, ପନିପରିବା ଚାଷ,ଛାୟା ଗୃହରେ ଚାରା ଉତ୍ପାଦନ, ଇତ୍ୟାଦି ଉପରେ ପ୍ରଶିକ୍ଷଣ ନେବେ ବୋଲି ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ମାନସିଂ ସୋରେନ୍ ଏବଂ ରାଇରଙ୍ଗପୁର ବ୍ଲକ ଉଦ୍ୟାନ କୃଷି ଅଧିକାରିଣୀ ଇତିଶ୍ରୀ ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି ।