ଅନ୍ତଃ କଲେଜ କ୍ରିକେଟ ପ୍ରତିଯୋଗୀତା ଉଦଘାଟିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ଉପକଣ୍ଠସ୍ଥ ଆଙ୍ଗୁସପୁରସ୍ଥିତ ସର୍ବପୁରାତନ ଏସଏମଆଇଟି କଲେଜଠାରେ ୫୧ଟି କଲେଜ ମଧ୍ୟରେ ଅନ୍ତଃ କଲେଜ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗୀତାକୁ ଏସଏମଆଇଟି କଲେଜର ସଭାପତି ତଥା ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ଡ. ଭଗବାନ ଗନ୍ତାୟତ ଉଦ୍ଘାଟନ କରିଥିଲେ । ଉକ୍ତ ପ୍ରତିଯୋଗୀତାରେ ବ୍ରହ୍ମପୁର ବିଶ୍ୱବିଦୟାଳୟର ସରୋଜ ପାଢୀ , ରଜନୀକାନ୍ତ , ସତ୍ୟ ପରିଡା , ଡ. ସମରେନ୍ଦ୍ର ସାହୁ , ରାଜେଶ ମହାନ୍ତିଙ୍କ ସମେତ ସଂଘର ସଭାପତି ତଥା ଏସଏମଆଇଟି କଲେଜର ପି.ଇ.ଟି ପ୍ରଦୀପ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ପ୍ରଥମ ଦିନରେ ଦିସା କଲେଜ ଓ ସାମନ୍ତିଆ ପଲ୍ଲୀ କଲେଜ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।
.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ