ଅନ୍ତଃ କଲେଜ ସ୍ତରୀୟ କ୍ରିକେଟ ଫାଇନାଲରେ ପିଇଟି କୁଲୁଣ୍ଡି କଲେଜ ଚମ୍ପିୟାନ
କୁଚିଣ୍ଡା, (ଯୁଗାବ୍ଦ ନ୍ୟୁଜ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମୁକୁନ୍ଦି ପଡିଆରେ ଗତ ନଭେମ୍ବର ୨୮ ତାରିଖରୁ ଚାଲିଥିବା ଅନ୍ତଃ କଲେଜ କ୍ରିକେଟ ଆଜି ଫାଇନାଲ ପ୍ରତିଯୋଗୀତା ପୀଇଟି କୁଲୁଣ୍ଡି କଲେଜ ବନାମ ବଲାଙ୍ଗିର ରାଜେନ୍ଦ୍ର କଲେଜ ମଧ୍ୟରେ ହୋଇଥିଲା l ପ୍ରଥମେ ପିଇଟି କୁଲୁଣ୍ଡି କଲେଜ ୨୦ ଓଭର ବ୍ୟାଟିଂ କରି ୧୩୯ ରନ ସଂଗ୍ରହ କରିଥିବା ବେଳେ ଜବାବରେ ବଲାଙ୍ଗୀର ରାଜେନ୍ଦ୍ର କଲେଜ ମାତ୍ର ୧୨୨ ରନ ରେ ଅଲଆଉଟ ହୋଇଯାଇଥିଲେ l ଖେଳକୁ ମ୍ୟାଚ ଅଫିସିଆଲ ମହେଶ ମୁନସୀ, ଅବିନାଶ ନନ୍ଦ, ନବୀନ ସାହୁ, ଅଧ୍ୟାପକ କ୍ଷିତୀଶ ଭୋଇ ପରିଚାଳନା କରିଥିବା ବେଳେ ବିଧାୟକ କିଶୋର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l କୁଚିଣ୍ଡା କଲେଜ ର ଅଧକ୍ଷ ଡା. ସୁଦର୍ଶନ ପାଣିଗ୍ରାହୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ କୁଚିଣ୍ଡା ଶାଖାର ପ୍ରବନ୍ଧକ ମନୋଜ ରଞ୍ଜନ ଦାସ ଏବଂ ଜିଲ୍ଲା କ୍ରୀଡା ସଂଘ ସଂପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ ପ୍ରମୁଖ ସନ୍ନମାନୀତ ଅତିଥି ଭାବେ ଯୋଗ ଦେଇ ପୁରସ୍କୃତ କରିଥିଲେ l


