ଅନ୍ତରଙ୍ଗତାକୁ ଦୂରେଇ ନେଉଛି ଅର୍ଥନୈତିକ ଅସ୍ଥିରତା

ଦିନକୁ ଦିନ ମଣିଷ ବ୍ୟସ୍ତ ହେଉଛି । ଏପରିକି ଆତ୍ମୀୟମାନଙ୍କୁ ଦେବା ପାଇଁ ସମୟର ଘୋର ଅଭାବ । ଏମିତିକି ସ୍ୱାମୀ ପାଇଁ ସ୍ତ୍ରୀର କିମ୍ବା ସ୍ତ୍ରୀ ପାଇଁ ସ୍ୱାମୀର ମଧ୍ୟ ସମୟ ନାହିଁ । ଏ କଥା କେତେକ ସର୍ବେକ୍ଷଣକାରୀ ପ୍ରକାଶ କରିଛନ୍ତି । ନିକଟରେ ଶେଷ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ, କଥାବାର୍ତ୍ତା ହେବା ପାଇଁ ବି ସ୍ୱାମୀସ୍ତ୍ରୀଙ୍କ ନିକଟରେ ସମୟ ନାହିଁ । କାରଣ ଏବେ ପ୍ରତ୍ୟେକେ କର୍ମଜୀବୀ । ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୪୦.୯୭ ପ୍ରତିଶତ ଦମ୍ପତି ପ୍ରକାଶ କରିଛନ୍ତି ଯେ, ସେମାନେ ପରସ୍ପର ସହିତ କଥା ହେବାକୁ ଦିନରେ ମାତ୍ର ଅଧଘଣ୍ଟାଏ ସମୟ ପାଇଥାନ୍ତି । ତାହା ପୁଣି ରାତିରେ ଖାଇବାବେଳେ କିମ୍ବା ଶୋଇବାକୁ ଯିବା ପୂର୍ବରୁ । ଏବେ ସମସ୍ତଙ୍କ ପାଇଁ ଅର୍ଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି । ଆଉ ଏହି ଅର୍ଥନୈତିକ ଅସ୍ଥିରତା ହିଁ ପରସ୍ପର ମଧ୍ୟରେ ଥିବା ଅନ୍ତରଙ୍ଗତାକୁ ଦୂରେଇ ନେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ