ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ କରି ,୪ ଗିରଫ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡା ଅଞ୍ଚଳର ଜଣେ ବିବାହିତା ମହିଳା ଓ ତାଙ୍କ ପ୍ରେମିକଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ ହେବା ପରେ ମହିଳାଙ୍କ ଅଭିଯୋଗ ପରେ ଗାଙ୍ଗପୁର ପୋଲିସ ଭିଡିଓ ଭାଇରାଲ୍ କରିଥିବା ୪ ଜଣେ ଯୁବକଙ୍କ ଓ ପ୍ରେମିକକୁ ମଧ୍ୟ ଗିରଫ କରିଥିବା ଜଣାପଡିଛି ।ଘଟଣାରୁ ପଡିଛି ଯେ,ପାଇଲିପଡା ଅଞ୍ଚଳର ଜୈନିକ ମହିଳାଙ୍କ ସହ ସେହି ଗ୍ରାମର ଗଜାନନ ପାତ୍ର(୨୮)ଙ୍କ ସହ ପ୍ରେମ ସମ୍ପର୍କ ଥିଲା ।ଦୁହେଁ ନିକଟସ୍ଥ ବଡନଦୀ ପଠାରେ ଦେଖାସାକ୍ଷାତ କରିବା ସହ ସମ୍ପର୍କ ରଖିଆସୁଥିଲେ ।ଗତ ୩ ତାରିଖ ଦିନ ଦୁହେଁ ବଡନଦୀ ନିକଟରେ ଅନ୍ତରଙ୍ଗ ମୁହୂର୍ତ ବେଳେ ସେହି ଗ୍ରାମର ବିଦୁ ରଣା(୨୮) ଏବଂ ତାର ସହଯୋଗୀ ସାଗର ରଣା(୨୨),ଦିପୁ ରଣା(୨୧),କିଷାନ ରଣା(୨୨) ତାଙ୍କ ପଛେ ପଛେ ବଡନଦୀ କୁ ଯାଇ ମୋବାଇଲ ଦ୍ୱାରା ଗଜାନନ ଓ ତାର ପ୍ରେମିକା ର ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଉତ୍ତୋଳନ କରିଥିଲେ ।ଏବଂ ମୋବାଇଲ୍ ଠୁ ମୋବାଇଲ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିଲେ ।ଏହା ଜାଣି ଗତ ୪ ତାରିଖ ଦିନ ମହିଳା ଜଣକ ଏ ନେଇ ଗାଙ୍ଗପୁର ଥାନାରେ ଏକ ଅଭିଯୋଗ କରିଥିଲେ ।ଅଭିଯୋଗ ପ୍ରକାରେ ଗାଙ୍ଗପୁର ପୋଲିସ ୨୧୮/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲେ ।ଏବଂ ପ୍ରେମିକ ଓ ୪ ଜଣକୁ ଅଟକ ରଖିଥିଲେ ଏବଂ ୬ ଟି ମୋବାଇଲ ଜବତ କରିଥିଲେ ।ଗତ ୭ ତାରିଖ ଦିନ ପ୍ରେମିକ ଗଜାନନକୁ ଗିରଫ କରି ଆସ୍କା କୋର୍ଟ ଚାଲାଣ କରିଥିଲା ।ଏବଂ ଭାଇରାଲ୍ କରିଥିବା ୪ ଜଣକୁ ପଚରାଉଚରା କରିବା ପରେ ତାମିଲନାଡୁ ଗୃପ୍ ନାମରେ ଏକ ୱାଟସ ଆପ ଗୃପରେ ଭାଇରାଲ୍ କରିଥିବା ଜଣାପଡିଥିଲା ।ପୋଲିସ ଗତ ରାତିରେ ସେହି ଗୃପରେ ଥିବା ଅନ୍ୟ ୬ ଜଣଙ୍କ ୬ଟି ଦାମୀ ମୋବାଇଲ ଜବତ କରିଥିବା ଜଣାପଡିଛି ।ଆଜି ମୁଖ୍ୟ ଅଭିଯୁକ୍ତ ବିଦୁ ସହ ତା ସହଯୋଗୀ ସାଗର, ଦିପୁ,କିଷାନକୁ ଆସ୍କା କୋର୍ଟ ଚାଲାଣ କରିଥିବା ଜଣାପଡିଛି ।ପ୍ରକାଶ ଥାଉ କି,ବିଦୁ ନିଜ ଗାଁ ର ଏକ ଘରକୁ ବାରମ୍ବାର ଯିବା ଆସିବା କରୁଥିଲା ।ଦିନେ ବିଦୁ ଉକ୍ତ ଘରେ ଥିବା ବେଳେ ଗଜାନନ ବାହରପଟୁ କବାଟ ରେ ତାଲା ପକେଇ ଡେଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ବିଦୁ ତାର ସହଯୋଗୀଙ୍କୁ ନେଇ ଏପରି କରିଥିବା ଚର୍ଚ୍ଚା ହେଉଛି ।