ଅନ୍ତରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଅନ୍ତରପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଡିସେମ୍ବର ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବିଇଓ କବିବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏସଏମସି ସଭାନେତ୍ରୀ ରଞ୍ଜୁଲତା ନାୟକ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନା ସଂଯୋଜନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ଏବଂ ସମ୍ମାନିତ ଅତିଥିଭାବେ ଏବିଇଓ ସୀମାଞ୍ଚଳ ସେଠୀ, ବୁଗୁଡା ଶାଖା ପଞ୍ଜାବ ନେସନାଲ ବ୍ୟାଙ୍କ ପରିଚାଳକ ଆଶୀର୍ବାଦ ପ୍ରଧାନ, ଅନ୍ତରପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବସନ୍ତ କୁମାର ଶତପଥୀ ଓ ସମିତି ସଭ୍ୟା ଅର୍ଚ୍ଚନା ନାୟକ, ସିଆରସିସି ରାଜେଶ ସାହୁ, ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ଖଡଙ୍ଗା ଓ ଦ୍ବିତୀକୃଷ୍ଣ ବିଶ୍ବାଳ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ବୃନ୍ଦ ପିତାମ୍ବର ଗୌଡ଼, ନିରଞ୍ଜନ ଗୌଡ଼, ନଗେନ୍ଦ୍ର ଷଡଙ୍ଗୀ, କମଳ ଲୋଚନ ପାଣିଗ୍ରାହୀ, ସନ୍ତୋଷ କୁମାର ପାତ୍ର, ସତ୍ୟ ସେଠୀ, ସୁଦର୍ଶନ ପ୍ରଧାନ, ପ୍ରତାପ ଚନ୍ଦ୍ର ଆରୁଖ, ପ୍ରମୋଦ କୁମାର ଦାସ, କାମରାଜୁ ପ୍ରଧାନ ଓ ରବୀନ୍ଦ୍ର ବିଶ୍ବାଳ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ଏହି ଅବସରରେ ଅବସର ଗ୍ରହଣ କରିଥିବା ଶିକ୍ଷକ ବୃନ୍ଦ ମଧୁସୂଦନ ପ୍ରଧାନ, ଭବାନୀ ଜେନା, କୃଷ୍ଣଚନ୍ଦ୍ର ଆପଟ ଓ କାଳୀଚରଣ ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବାର୍ଷିକ ଉତ୍ସବ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ