ଅନ୍ତର୍ଜାତୀୟ ଚା’ ଦିବସ

ଭୁବନେଶ୍ବର : ଘରକୁ କେହି କୁଣିଆ ବା ଅତିଥି ଆସିଲେ ତାଙ୍କୁ ସର୍ବପ୍ରଥମେ ଚା’ ହିଁ ଦିଆଯାଇଥାଏ। ବିଶ୍ବର ସବୁଠାରୁ ବହୁଳ ଲୋକପ୍ରିୟ ପାନୀୟ ଭାବେ ପରିଚିତ ‘ଚା’। ଆମ ସଂସ୍କୃତିରେ ଚା’ର ପ୍ରଚଳନ ବହୁତ ପୁରୁଣା। ଆଜିକାଲି ସମୟରେ ଭିନ୍ନ ଭିନ୍ନ ଚା’ର ଲୋକପ୍ରିୟତା ବଢିଛି । କିନ୍ତୁ ଚା’ଖଟିର ଚା’ର ବାସ୍ନା ଆଜି ବି ସେମିତି ରହିଛି। ଚା’ ବ୍ୟବସାୟରେ ଭାରତ ସମେତ ଶ୍ରୀଲଙ୍କା, ଚୀନ୍‌, ଜାପାନ୍‌, ଇଣ୍ଡୋନେସିଆ, ନେପାଳ, ବାଂଲାଦେଶ ପ୍ରମୁଖ କୋଟି କୋଟି ଟଙ୍କାର ବ୍ୟବସାୟ କରିଥା’ନ୍ତି। ଭାରତର ଆସାମ ଓ ଦାର୍ଜିଲିଂର ଚା’ ବିଶ୍ବର ପ୍ରମୁଖ ପଞ୍ଚତାରକା ହୋଟେଲରେ ନିଜର ଆଧିପତ୍ୟ ଜାହିର୍‌ କରିପାରିଛି। ଏମିତିକି ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି। ଥକ୍କରପଣ ମେଣ୍ଟାଇବା, ଥଣ୍ଡା ଆଦି ସମସ୍ୟା ଦୂରେଇବା ଏପରିକି ଅନେକେ ମୁଣ୍ଡବିନ୍ଧା ହେଲେ ପ୍ରଥମେ ଚା ପିଇବାକୁ ପ୍ରାଧାନ୍ୟ ଦେଇଥାନ୍ତି। ତେବେ ଗ୍ରୀନ୍‌ ଟି, ହର୍ବାଲ୍‌ ଟି ଆଦି ସ୍ବାସ୍ଥ୍ୟ ପକ୍ଷେ ହିତକର। ଗ୍ରୀନ୍‌ ଟି ପିଇବା ଦ୍ବାରା ଓଜନ ନିୟନ୍ତ୍ରିତ ରହିବା ସହିତ ହାର୍ଟଆଟାର୍କରୁ ମଧ୍ୟ ରକ୍ଷା ମିଳିଥାଏ। ସକାଳର ଆରମ୍ଭ ଏହି ଚା’ କପ୍‌ରୁ ହିଁ ହୋଇଥାଏ। ସକାଳ ଜଳଖିଆ ହେଉ କି ସନ୍ଧ୍ୟା ଭୋଜନରେ ଚା’ର ପ୍ରାଧାନ୍ୟ ବେଶ୍‌ ସୁସ୍ପଷ୍ଟ। ବର୍ତ୍ତମାନ ୩ହଜାରରୁ ଅଧିକ ପ୍ରକାରର ଚା’ ଉପଲବ୍ଧ ଅଛି, ହେଲେ ୬ ପ୍ରକାରର ଚା’ ସର୍ବାଧିକ ସ୍ତରରେ ଥିବାର ବିକ୍ରି ହେଉଥିବାର ଜଣାପଡିଛି। ଚା’ର ଲୋକପ୍ରିୟତା ବଢ଼ିବା ଦେଖି ବିଶ୍ବ ଖାଦ୍ୟ ଓ କୃଷି ସଂଘ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିବସ’ ପାଳନର ନିଷ୍ପତ୍ତି ନେଇଥିଲା। ୨୦୦୫ରେ ଚା’ ଦିବସ ଡିସେମ୍ବର ୧୫ରେ ଦିଲ୍ଲୀରେ ହିଁ ପାଳିତ ହୋଇଥିଲା। ଭାରତୀୟ ରାଜନୀତିରେ ଚା’ ଏକ ପ୍ରମୁଖ ଭୂମିକା ନେଇଛି। ୨୦୧୪ରେ ପ୍ରଥମଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ହେବା ପଛରେ ରହିଥିଲା ଏହି ଚା’। ଚା’ପେ ଚର୍ଚ୍ଚା କରି ମୋଦି ଲୋକପ୍ରିୟତା ହାସଲ କରିଥିଲେ। ଭାରତୀୟମାନଙ୍କ ଚା’ ଖଟିରେ ହିଁ ତ ଦେଶର ସମସ୍ତ ଖବର ଆଲୋଚନା ହୋଇଥାଏ। ରାଜନୀତିର ଚର୍ଚ୍ଚା ଏହି ଚା’ ଖଟିରେ ବେଶ୍‌ ନିଆରା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ