ଅନ୍ତର୍ଜାତୀୟ ଚା ଦିବସ

ବ୍ରହ୍ମପୁର ,(ମନୋଜ କୁମାର ସାହୁ) : ୨୦୦୫ ମସିହା ଠାରୁ ବର୍ଷର ଶେଷ ମାସ ଡିସେମ୍ବର ୧୫ ତାରିଖକୁ ଅନ୍ତର୍ଜାତୀୟ ଚା ଦିବସ ରୁପେ ପାଳନ କରାଯାଉଛି । କର୍ମମୟ ବ୍ୟସ୍ତ ମଧ୍ୟରେ ଚା ପିଇବା ଦ୍ୱାରା ସମସ୍ତଙ୍କୁ ଟିକିଏ ଫୁରସତ ମିଳିଥାଏ । ଆଧୁନିକ ଛାପରେ ବିଭିନ୍ନ ପ୍ରକାର ଚା ମଧ୍ୟ ବେପାରି ମାନେ ପ୍ରସ୍ତୁତ କିରବାରେ ଲାଗିଲେଣୀ । ପୂର୍ବରୁ କେବଳ ଗାଇ କ୍ଷୀର ଓ ଅମୁଲ , ଓ ଚା ପତି ମିଶାଇ ଚା କର ପିଇବାର ନ୍‌ଜିର ରହିଥିବା ବେଳେ ଅଧୁନା ସମୟରେ ଚାହିଦା ଦୃଷ୍ଟିରୁ ଲେମନ ଟି ଅର୍ଥାତ ଲେମ୍ବୁ ଚିପୁଡି ପ୍ରସ୍ତୁତି କରିଥିବା ଚା ମଧ୍ୟ ଲୋକ ମାନଙ୍କର ବେଶ ଆଦରଣୀୟ ହୋଇଥିବା ଦେଖିବାକୁ ମିଳିଛି । ସକାଳର ସୂର୍ଯ୍ୟଦୟ ପୁର୍ବରୁ ଆରମ୍ଭ କରି ସଂନ୍ଧ୍ୟା ସମୟରେ ଫୁରସତ୍ ନିମନ୍ତେ ଚା ନିତାନ୍ତ ଅଧିକାଂଶ ଲୋକ ପିଇଥାନ୍ତି । ଏହି ପରି ମାନସିକ ଚାପ ଓ ମୁଣ୍ଡବ୍ୟଥା ହେଉଥିଲେ ମଧ୍ୟ ଚା ପିଇବା ଦ୍ୱାରା ଟିକିଏ ହାଲକା ମିଳିଥାଏ । ସରକାରୀ ଅଫିସର ଠାରୁ ଆରମ୍ଭ କରି ବେସରକାରୀ ଓ ଜନସାଧାରଣ ଲୋକ ମାନେ ଚା ପିଇବାକୁ ପସନ୍ଦ କରିଥାନ୍ତି । ଚା କେବଳ ମୁଣ୍ଡବ୍ୟଥା ଆଦି ଦୁରକରେ ଏହା ନୁହେଁ , ଏହା ସହିତ ସଂପର୍କକୁ ମଜବୁତ କରିଥିବା ମଧ୍ୟ ବୃଦ୍ଧିଜୀବି ମାନେ ପ୍ରକାଶ କରିଛନ୍ତି । ସକାଳର ମୁହୁର୍ତ୍ତ ପରେ ଜନସାଧାରଣ ଠାରୁ ଆରମ୍ଭ କରି ଓକିଲ , ସାମ୍ବାଦିକ , ଚାକିରିଆ ଆଦି ଲୋକ ମାନଙ୍କର ଚା ଖଟିନିକଟରେ ଆଡ୍ଡା ଜମାଇ ପେପର ପଢିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ।ନ ଆହୋରଣ କରିବା ସହ ସଂପର୍କକୁ ମଜବୁତ କରିଥାଏ । ଚା ଗୋଟିଏ ଛୋଟ ଶବ୍ଦ କିନ୍ତୁ ଏହାର ଉପକାରିତା ବହୁତ ରହିଛି । ଚା ମୋଟା ପଣକୁ ଦୂର କରିବାରେ ବୋଲି ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ