ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଦିବ୍ୟାଙ୍ଗ କାହା ଉପରେ ବୋଝ ନୁହଁନ୍ତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦିବ୍ୟାଙ୍ଗ କାହା ଉପରେ ବୋଝ ନୁହଁନ୍ତି । ସେମାନେ ଅନ୍ୟମାନଙ୍କ ଭଳି ସକ୍ଷମ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପରିବାର ପ୍ରତିପୋଷଣ କରିବାର ଅଜସ୍ର ଉଦାହରଣ ରହିଛି । ଦିବ୍ୟାଙ୍ଗ ଶିଶୁମାନଙ୍କୁ ଭିନ୍ନ ନଜରରେ ଦେଖିବା ଠିକ୍ ନୁହେଁ । ସେମାନଙ୍କ ସମାଜର ସ୍ୱତନ୍ତ୍ର ସ୍ଥାନ ରହିଛି । ସେମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କଲେ ସେମାନେ ଆଗକୁ ବଢିପାରିବେ । ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ପ୍ରସ୍ଫୁଟିତ ହୋଇପାରିବ ବୋଲି ବିଛନ୍ଦ ଟ୍ରଷ୍ଟ ଅଫ୍ ୱେଲଫେୟାର, ଭୁବନେଶ୍ୱର ପକ୍ଷରୁ ନନ୍ଦନକାନନ ନିକଟସ୍ଥ ତିଳୋତ୍ତମା ମଣ୍ଡପଠାରେ ଆୟୋଜିତ ଓ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଛନ୍ତି । ଟ୍ରଷ୍ଟର ସଭାପତି ପ୍ରକାଶ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୌଭାଗ୍ୟ ରାଉତରାୟ, ସମ୍ମାନିତ ଅତିଥି ରୂପେ ଆଇନଜୀବୀ ମନୋଜ କୁମାର ମିଶ୍ର, ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ଶିକ୍ଷାବିତ୍ ଚନ୍ଦ୍ରଶେଖର ପାଳ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ଚାରୁଲତା ସାହୁ, ମନୋଜ କୁମାର ସ୍ୱାଇଁ, ଦୀପକ କୁମାର ସ୍ୱାଇଁ, ତ୍ରିଲୋଚନ ବେଉରା, ପ୍ରବୀଣ ପ୍ରଧାନ, ପ୍ରିୟବ୍ରତ ପଣ୍ଡା, ଶକ୍ତି ପ୍ରସାଦ ବଳିଆର ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଏକଶହ ଦିବ୍ୟାଙ୍ଗମାନଙ୍କୁ ଟ୍ରଷ୍ଟ ପକ୍ଷରୁ କମ୍ବଳ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନାଲକୋ, ୟୁକୋ ବ୍ୟାଙ୍କ, ପାରାଦ୍ୱୀପ ଫସ୍ଫେଟସ୍ ଲିମିଟେଡ଼, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏବଂ ଶାନ୍ତିଧାମ ଫାଉଣ୍ଡେସନ ପ୍ରମୁଖ ଅନୁଷ୍ଠାନ ସହଯୋଗର ହାତ ଏହି ପରିପ୍ରେକ୍ଷୀରେ ବଢାଇଥିଲେ ।