ଅନ୍ତର୍ଜାତୀୟ ଦୁର୍ନୀତି ବିରୋଧୀ ଦିବସ

ଅନ୍ତର୍ଜାତୀୟ ଦୁର୍ନୀତି ବିରୋଧୀ ଦିବସ

ଆଜି ‘ଅନ୍ତର୍ଜାତୀୟ ଦୁର୍ନୀତି ବିରୋଧୀ ଦିବସ’ । ୩୧ ଅକ୍ଟୋବର ୨୦୦୩ରେ ଜାତି ସଂଘରେ ଦୁର୍ନୀତି ଶୀର୍ଷକ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ସେହି ଅବସରରେ ପ୍ରତି ବର୍ଷ ଡିସେମ୍ବର ୯ ତାରିଖରେ ‘ଅନ୍ତର୍ଜାତୀୟ ଦୁର୍ନୀତି ବିରୋଧୀ ଦିବସ’ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସମ୍ପ୍ରତି ଅଧିକାଂଶ ରାଷ୍ଟ୍ରର ସରକାର ଦୁର୍ନୀତିଗ୍ରସ୍ତ । ସାଧାରଣ ଜନତା ସଚେତନ ନ ହେଲେ ଦୁର୍ନୀତିଗ୍ରସ୍ତ ସରକାର ହଟିବା ସମ୍ଭବ ନୁହେଁ । ୨୦୧୮ ରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ବିଶ୍ୱର ପ୍ରଥମ ଦଶଟି ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ହେଲେ-ସୋମାଲିଆ, ଦକ୍ଷିଣ ସୁଦାନ, ସିରିଆ, ଆଫଗାନିସ୍ତାନ, ୟେମେନ, ସୁଦାନ, ଲିବ୍ୟା, ଉତ୍ତରକୋରିଆ, ଭେନିଜୁଏଲା ଓ ଇରାକ । ଏହି ତାଲିକାରେ ଭାରତର ସ୍ଥାନ ଅଠସ୍ତରି । ୧୮୦ଟି ରାଷ୍ଟ୍ରକୁ ନେଇ ଏହି ତାଲିକା ପ୍ରସ୍ତୁତ । ଏହି ତାଲିକାରେ ଶେଷ ଦଶଟି ରାଷ୍ଟ୍ର ହେଲେ-ଡେନମାର୍କ, ନିଉଜିଲାଣ୍ଡ, ଫିନଲାଣ୍ଡ, ସ୍ୱଡେନ, ସ୍ୱିଜରଲ୍ୟାଣ୍ଡ, ସିଙ୍ଗାପୋର, ନରୱେ, ନେଦରଲାଣ୍ଡ, କାନାଡ଼ା ଓ ଲଗଜେମବର୍ଗ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ