ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ ଟିଲୋ କପ୍‌-ୟୁନିୟନ ସ୍ପୋଟିଂ,କଟକ ଫାଇନାଲକୁ ପ୍ରବେଶ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ଶୁକ୍ରବାର ଠାରୁ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନି ଷ୍ଟାଡିୟମରେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ୨୭ତମ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍‌ର ମଙ୍ଗଳବାର ୫ମ ଦିବସର ସେମିଫାଇନାଲ ମ୍ୟାଚ୍ ୟୁନିୟନ ସ୍ପୋଟିଂ,କଟକ ବନାମ ଉତ୍କଳ ୟୁନିଭରସିଟି, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ୟୁନିୟନ ସ୍ପୋଟିଂ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୟୁନିୟନ ସ୍ପୋଟିଂ ସମସ୍ତ ଉଇକେଟ୍ ହରାଇ ୧୨୩ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସର୍ବେଶ୍ୱର ମହାନ୍ତି ୨୪, ପଙ୍କଜ ସେନାପତି ୨୨ ରନ୍ କରିଥିଲେ । ଉତ୍କଳ ୟୁନିଭରସିଟିର ଓମ୍ ବିକାଶ ନାୟକ ଓ ରମେଶ ବେହେରା ପ୍ରତ୍ୟେକ ୨ଟି ଲେଖାଏ ଉଇକେଟ୍ ଅକ୍ତିଆର କରିଥିଲେ । ଜବାବରେ ଉତ୍କଳ ୟୁନିଭରସିଟି ୧୭.୪ ଓଭରରେ ସମସ୍ତ ଉଇକେଟ୍ ହରାଇ ୮୯ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ଆଶିଷ ସାହୁ ୩୩ ଓ ବିଶ୍ୱଜିତ୍ ମହାନ୍ତି ୨୩ ରନ୍ ସଂଗ୍ରହ କରିଥିଲେ । ୟୁନିୟନ ସ୍ପୋଟିଂର ନୌତମ୍ ଭଞ୍ଜ ଓ ଶେଖର ମାଝୀ ୩ଟି ଲେଖାଏ ଉଇକେଟ୍ ନେଇଥିଲେ । ୟୁନିୟନ ସ୍ପୋଟିଂ,କଟକ ୩୪ ରନ୍‌ରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି । ୟୁନିୟନ ସ୍ପୋଟିଂର ନୌତମ୍ ଭଞ୍ଜଙ୍କୁ ଧାମରା ଆଦାନି ଗ୍ରୁପ ପ୍ରଦତ୍ତ ପ୍ରଫୁଲ୍ଲ ଦାସଙ୍କ ସ୍ମୃତିରେ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଅତିଥି ପରମେଶ୍ୱର ବାରିକ, ମନମୋହନ ସାହୁ, ରଘୁନାଥ ଚଣ୍ଡ, ଅକ୍ଷୟ ଧଳ ପ୍ରମୁଖ ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌କୁ ଅମ୍ପାୟର ସେକ୍ ୟାକତ୍ ଅଲ୍ଲୀ, ପଦ୍ମନାଭ ସାମଲ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ସଞ୍ଜୟ ମଜୁମଦାର, ପି.ଏଲ.ଶେଖର, ନାରାୟଣ ସାହୁ, ସ୍କୋରର ଭାବେ ସୁଧାଂଶୁ ନାୟକ, ସୂଚୀବ୍ରତ ରାଉତ ଦାୟୀତ୍ୱ ତୁଲାଇ ଥିଲେ । ରାଜେନ୍ଦ୍ର ଧଳ, ମାନସ ପୁହାଣ, ଲକ୍ଷ୍ମୀଧର ବିଶ୍ୱାଳ ସହାୟତା କରିଥିଲେ । ବୁଧବାରର ପ୍ରଥମ ମ୍ୟାଚ୍ ସେଣ୍ଟ୍ରାଲ ଡିଫେନ୍ସ ଦିଲ୍ଲୀ ଓ ଏ ଏଣ୍ଡ ଏସ୍ କୋଲକୋତା ଏବଂ ୨ୟ ମ୍ୟାଚ୍ ଟାଟା ସ୍ପୋଟ୍ସ୍ ମୁମ୍ବାଇ ଓ ଚିଟାଗଙ୍ଗ, ବାଙ୍ଗଲ୍‌ଦେଶ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ ଓ ଉପସଭାପତି ମାନସ ନାୟକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ