ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କୁ ଧଳା ଫୋଲ୍‌ଡ଼ିଂ ବାଡ଼ି ପ୍ରଦାନ

ଭୁବନେଶ୍ୱର,(ୱାଇଏନ୍ଏସ୍) ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସ୍ମାର୍ଟନଗରୀ ଭୁବନେଶ୍ୱର ଉପକଣ୍ଠ ପାଇକରାପୁର ଏବଂ ଘଙ୍ଗାପାଟଣା ଗ୍ରାମର ଦୃଷ୍ଟିବାଧିତ ବ୍ୟକ୍ତି ଓ ବିଦ୍ୟାର୍ଥୀ ମାନଙ୍କୁ ମାଗଣାରେ ଧଳା ଫୋଲ୍‌ଡ଼ିଂ ବାଡ଼ି ପ୍ରଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ବ୍ଲାଇଣ୍ଡ୍ କ୍ରିକେଟ ଆସୋସିଏସନ୍ (ବିସିଏ) ପକ୍ଷରୁ ବାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଇଥିଲା । ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ଅନେକ ଦୃଷ୍ଟିବାଧିତ ବ୍ୟକ୍ତିମାନେ ଗାଁ ଗହଳିରୁ ମିଳୁଥିବା ବିଭିନ୍ନ ଗଛର ଡ଼ାଳକୁ କାଟି ବାଡ଼ି ରୂପେ ଆତଯାତ ପାଇଁ ବ୍ୟବହାର କରିଥାନ୍ତି । ଯାହାକି ସେମାନେ ରାସ୍ତାରେ ଯିବା ଆସିବା ସମୟରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି ଓ ଉକ୍ତ ବାଡ଼ିଟି ନିରାପଦ ହୋଇନଥାଏ । ଧଳାବାଡ଼ିର ବ୍ୟବହାର ଏବଂ ତା’ର ଉପକରିତା ସମ୍ପର୍କରେ ଗ୍ରାମାଞ୍ଚଳରେ ରହୁଥିବା ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି ଦିଗରେ ଅଧିକ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ଯୋଗଦେଇ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ମତପ୍ରକାଶ କରିଥିଳେ । ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ (ଏନ୍‌ଏବି) ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜଣାଶୁଣା ମୟୁରପ୍ରେମୀ ପ୍ରଫୁଲ୍ଲ କୁମାର ଦାସ, ସାମାଜିକ କର୍ମୀ ସଂଗ୍ରାମ କେଶରୀ ସାହୁ, ପ୍ରଦୀପ୍ତ ରଞ୍ଜନ ରାଉତ, ସରୋଜ କୁମାର ଦାସ, ପ୍ରିୟବ୍ରତ ପଣ୍ଡା, ପରିଭ୍ରାମୀ ଶିକ୍ଷକ ତ୍ରିଲୋଚନ ବେଉରା ଏବଂ କିଶୋର କୁମାର ବଳିୟାରସିଂ ପ୍ରମୁଖ ଯୋଗଦେଇ (ବି.ସି.ଏ)ର ଏପରି ପଦକ୍ଷେପ ଓ ସହଯୋଗକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ