ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଆ ଝିଅ ପ୍ରିୟାଂଶୀଙ୍କ ସମ୍ବଲପୁରୀ ନୃତ୍ୟର ଝଲକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନୂଅଦିଲ୍ଲୀଠାରେ ଆନ୍ଧ୍ର ଆସୋସିଏସନ, ଲୋଧିରୋଡ଼ସ୍ଥିତ ଗୋଦାବରୀ ଅଡ଼ିଟୋରିୟମଠାରେ ଗତ ନଭେମ୍ବର ୧୩ ତାରିଖରୁ ଅନ୍ତର୍ଜାତୀୟ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାହାର ନାଁ ଥିଲା ୩ଓଓଓ ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଆଇକନ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୬୪୦୦ ପିଲା ଭାଗ ନେଇଥିଲେ । ସେଥିମଧ୍ୟରୁ ମାତ୍ର ୧୫ଜଣ ପିଲା ଫାଇନାଲ ରାଉଣ୍ଡକୁ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶାର କୁନି ପ୍ରତିଭା ୯ ବର୍ଷର ଓଡ଼ିଆ ଝିଅ ପ୍ରିୟାଂଶୀ ଜେନା ଥିଲେ ଅନ୍ୟତମ । ଭୁବନେଶ୍ୱର ଏସ୍‌.ଜେ ଡ଼୍ୟାନ୍ସ ଏକାଡ଼େମୀର ଏହି କୁନିଝିଅ ପ୍ରିୟାଂଶୀ ଓଡ଼ିଶାର ଲୋକନୃତ୍ୟ ସମ୍ବଲପୁରୀ ନୃତ୍ୟକୁ ଅତି ନିପୁଣ ଭାବେ ଅନ୍ତର୍ଜାତୀୟ ମଞ୍ଚରେ ନିଖୁଣ ଭାବରେ ପରିବେଷଣ କରି ବିଚାରପତିଙ୍କ ମନ ମୋହିବା ସହିତ ଦର୍ଶକମାନଙ୍କୁ ବିମୋହିତ କରି ଦେଇଥିଲେ ଯାହା ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ