ଅନ୍ତର୍ଜାତୀୟ ମହିଳାଦିବସ ପାଳିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବାଉଁଶଲୁଣ୍ଡିସ୍ଥିତ ବିଜୁ ସ୍ମୃତି ସଂସଦ ଭବନ ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି l ଆଜି ସେଠାରେ ଏକ ସଭା ର ଆୟୋଜନ କରାଯାଇଥିଲା l ସେହି ସଭାରେ ଶତାଧିକ ନାରୀମାନେ ଯୋଗଦେଇଥିଲେ l ଏହି ସଭାରେ ସମାଜରେ ନାରୀର ଭୂମିକା କିପରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ନାରୀ ଉଚ୍ଚ ଶିକ୍ଷିତା ହେଲେ, ସ୍ୱାବଲମ୍ବୀ ହେଲେ କିପରି ନିଜ ପରିବାର ସହିତ ସମାଜ ଓ ରାଷ୍ଟ୍ର ର କିପରି ଉନ୍ନତି ହୁଏ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା l ଆଜିର ଏହି ସଭାକୁ ବରିଷ୍ଠ ସମାଜସେବୀ ଶୁଳପାଣୀ ଶତପଥି ସଂଯୋଜନା କରିଥିବାବେଳେ ଉକ୍ତ ସଭାରେ ଜିଲ୍ଲାପରିଷଦ ସଭ୍ୟା ସୁମତି ପ୍ରଧାନ, ବ୍ଳକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ଭଞ୍ଜନଗର ବିଜେଡି ମହିଳାନେତ୍ରୀ ଶ୍ରୀମତୀ ସୁଜ୍ଞାନୀ ଗୌଡ଼, ଜିଲୁଣ୍ଡି ସରପଞ୍ଚ ଶ୍ରୀମତୀ ସସ୍ମିତା ପ୍ରଧାନ, ମୁଦୁଲିପଲି ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ, ବାଉଁଶଲୁଣ୍ଡି ସରପଞ୍ଚ ଶ୍ରୀମତୀ ଶାନ୍ତିଲତା ନାଇକ, ସାଂସଦ ପ୍ରତିନିଧି ଦିବାକର ନାୟକ, ବରିଷ୍ଠ ଓକିଲ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଡ଼ୁମାକୁମ୍ପା ର ପୂର୍ବତନ ସରପଞ୍ଚ ଶିବ ଶଙ୍କର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ