ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦିବସର ତାପ୍ତର୍ୟ ,ସଚେତନତା ଏବଂ ଆଭିମୁଖ୍ୟ ନେଇ ଅଭିଭାଷଣ ପ୍ରଦାନ କରାଯାଇଥିଲା।ମୁଖ୍ୟତଃ ଭାରତୀୟ ସମ୍ବିଧାନ ରେ ମହିଳା ମାନଙ୍କ ପ୍ରତି ଉଲ୍ଲେଖ ଥିବା ଅଧିକାର ସଂକ୍ରାନ୍ତରେ ଆଲୋଚିତ ହୋଇଥିଲା।ମହିଳାଙ୍କୁ ସମ୍ମାନ ଓ ନାରୀ ସଶକ୍ତିକରଣ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ସହାୟତା, ପଦକ୍ଷେପ ସହ ମିଶନ ଶକ୍ତି ଜରିଆରେ ସ୍ୱାବଲମ୍ବୀ କରାଯିବା ପ୍ରସଙ୍ଗରେ ଆଲୋଚନା କରିଥିଲେ।ଶେଷରେ ଛାତ୍ର ଛାତ୍ରୀଙ୍କୁ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବୈକୁଣ୍ଠ ନାଥ ପାଠୀ,ଉପେନ୍ଦ୍ର ସାବତ, ନିକୁଞ୍ଜ ପ୍ରଧାନ, ଭାରତୀ ଚୌଧୁରୀ, ଗାୟତ୍ରୀ ଚୌଧୁରୀ, ରଶ୍ମିତା ଭୋଳ, ରଶ୍ମିତା ପାଢ଼ୀ, ରଶ୍ମିତା ଦାଶ ଓ ଐଶ୍ୱର୍ଯ୍ୟା ପଟ୍ଟନାୟକ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ