ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ୫ ସହରରେ ପ୍ରସ୍ତୁତି

ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମ ପାଇଁ ୫ ଟି ସହରର ମନୋନୀତ କରାଯାଇଛି । ସହର ଗୁଡିକ ମଧ୍ୟରେ ଦିଲ୍ଲୀ , ସିମ୍ଳା ମହୀଶୂର ,ଅହମଦାବାଦ , ଓ ରାଞ୍ଚି ଭଳି ସହରକୁ ମନୋନୀତ କରାଯାଇଛି । ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ହେବା ପରେ ଏଭଳି ଏକ ବୃହତର ସର୍ବସାଧାରଣ କାର୍ଯ୍ୟକ୍ରମ ହେବ । ଏହି ୫ ଟି ସହରର ନାମ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁୂ ପଠାଇଦିଆଯାଇଛି । ଆସନ୍ତା ୨୧ ତାରିଖରେ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏହା ଯଦି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଅନୁମୋଦିତ ହୋଇଯାଏ, ତେବେ ରାଜଧାନୀ ଦିଲ୍ଲୀ ଦ୍ୱିତୀୟ ଥର ପାଇଁ କାର‌୍ୟ୍ୟକ୍ରମର ଆୟୋଜନ କରିବ। କାର‌୍ୟ୍ୟକ୍ରମ ପୂର୍ବରୁ ଦିଲ୍ଲୀର ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନରେ ଶନିବାର ଠାରୁ ଏକ ଦୁଇଦିନିଆ ଯୋଗ ମହୋତ୍ସବ ଆରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏଥିରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ୨୦୧୪ ମସିହାରେ ଜାତିସଂଘ ଦ୍ୱାରା ଜୁନ୍ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ