ଅନ୍ତର୍ନିହିତ ପ୍ରତିଭା ର ବିକାଶ ର ମାଧ୍ୟମ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ

ଡୁଙ୍ଗୁରିପାଲି, (ମୁକେଶ କୁମାର ଭୋଇ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉତ୍ସବ କୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ବଲାଙ୍ଗୀର ର ଅଧ୍ୟକ୍ଷ ଡ଼କ୍ଟର ଗରୁଡ଼ଧ୍ୱଜ ବାରିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିସାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମେଲଚ୍ଛାମୁଣ୍ଡା ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ପ୍ରଦୀପ କୁମାର ପଧାନ ମୁଖ୍ୟ ବକ୍ତା, ଡୁଙ୍ଗୁରିପାଲି ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଆନନ୍ଦ ଚନ୍ଦ୍ର ମିଶ୍ର,ସହ ଗୋଷ୍ଠୀ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ସୃଜନଶୀଳତା ର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମ ର ଭୂମିକା ବିଷୟରେ ଆଲୋକପାତ କରିଥିଲେ l ଛାତ୍ରୀ ମାନେ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ଅତିଥି ଙ୍କୁ ସ୍ୱାଗତ କରିବା ପରେ ଦିଗଶିରା ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଗାନ କରିଥିଲେ l ଉଦଯାପନୀ ଉତ୍ସବ ରେ ଝାରସୁଗୁଡା ଏଲ ଏନ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ମକରଧ୍ୱଜ ବିଶ୍ୱାଳ ମୁଖ୍ୟ ବକ୍ତା,ଡୁଙ୍ଗୁରିପାଲି ମେଡିକାଲ ଅଧିକ୍ଷକ ଡାକ୍ତର ରବୀନ୍ଦ୍ରନାଥ ପଣ୍ଡା ମୁଖ୍ୟ ଅତିଥି ,ଆଗଲପୁର ବ୍ଲକ ଶିକ୍ଷାଧିକାରୀ ଶ୍ୟାମ ମେହେର,ଉଲୁଣ୍ଡା ଗୋଷ୍ଠୀ ସହଶିକ୍ଷାଧିକାରୀ ମୁକେଶ ଭୋଇ, ତରଭା ଗୋଷ୍ଠୀ ସହଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ପଣ୍ଡା, ଡୁଙ୍ଗୁରିପାଲି ସହ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଧା ଓ ଜଗତ ମଲ୍ଲିକ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ l ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ରଚନା ଲିଖନ, ସୃଜନଶୀଳ ଲିଖନ, କୁଇଜ, ବକ୍ତୃତା, ଚିତ୍ରକଳା, ଶିଳ୍ପକଳା, ଗଳ୍ପକଥନ, ଗଣିତ ଦୌଡ଼,ପ୍ରବନ୍ଧ ଲିଖନ,ତର୍କ, ବକ୍ତୃତା, ନୃତ୍ୟ,ଗଳ୍ପ କଥନ, କଳା ଉତ୍ସବ ପ୍ରତିଯୋଗିତା ରେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ କଳା ଓ ସଂସ୍କୃତି ର ପ୍ରଚାର ପାଇଁ ଅତୁଳନୀୟ ଅବଦାନ ଥିବାରୁ କଳାକାର ଶାଶ୍ୱତ ତ୍ରିପାଠୀ ଓ ଚୁମକି ପାଢ଼ୀ ଙ୍କୁ ସମ୍ମାନିତ କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଚାରକ ଭାବେ ଭକ୍ତ ଚରଣ ବାରିକ, ପ୍ରିୟଙ୍କା ସୁନା ଓ ରେଖାରାମ ବାଗ ଯୋଗଦେଇଥିଲେ l ଶେଷରେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କରମ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଡୁଙ୍ଗୁରିପାଲି ବ୍ଲକ ର ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମେଡ଼ିଆ,ସମସ୍ତ 15 ଟି କ୍ଲଷ୍ଟର ର ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ,ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ,ପୁରାତନ ଛାତ୍ରଛାତ୍ରୀ,ସ୍କାଉଟ ଗାଇଡ଼, ରେଡ଼କ୍ରସ, ଅଗ୍ନିଶମ ବିଭାଗ, ଆରକ୍ଷୀ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମ ଟି ଅତ୍ୟନ୍ତ ସୁବ୍ୟବସ୍ଥିତ ଢଙ୍ଗ ରେ ସମାପନ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ