ଅନ୍ତର୍ରାଷ୍ଟ୍ରୀୟ ସେବିକା ଦିବସ ପାଳନ ଅବସରରେ ଚିକିତ୍ସା ପ୍ରଭାଗ ତରଫରୁ ଉପସେବାକେନ୍ଦ୍ରରେ ଏକ ସାନ୍ଧ୍ୟ କାର୍ଯ୍ୟକ୍ରମ ଆୟୋଜନ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ବ୍ରହ୍ମପୁର ନିଳାଚଳ ନଗରରେ ଅନ୍ତର୍ରାଷ୍ଟ୍ରୀୟ ସେବିକା ଦିବସ ପାଳନ ଅବସରରେ ଭାରତର ସ୍ୱାଧୀନତାର ଅମୃତ ମହୋତ୍ସବ ଅନ୍ତର୍ଭୁକ୍ତ ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡ, ବ୍ରହ୍ମପୁର, ଚିକିତ୍ସା ପ୍ରଭାଗ ତରଫରୁ ନିଳାଚଳ ନଗର ଉପସେବାକେନ୍ଦ୍ରରେ ଏକ ସାନ୍ଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାର ଶୁଭାରମ୍ଭ ଦିପ ପ୍ରଜ୍ଜ୍ବଳନ ଦ୍ୱାରା କରାଯାଇଥିଲା ଯେଉଁଥିରେ ଅବସର ପ୍ରାପ୍ତ ମଧୁମେହ ବିଶେଷଜ୍ଞ ଡାକ୍ତର ପ୍ରକାଶ ଚନ୍ଦ୍ର ପାତ୍ର ସମସ୍ତ ଚିକିତ୍ସା ସେବିକା ଭଉଣୀମାନଙ୍କ ମଧ୍ୟରେ ଉମଙ୍ଗ ଉତ୍ସାହ ଭରିଥିଲେ । ମୂଖ୍ୟ ଅତିଥି ସେବିକା ବିଦ୍ୟାଳୟର ଅଧ୍ୟକ୍ଷା ଭଗ୍ନି ପୂର୍ଣ୍ଣମି ନାୟକ ସମସ୍ତଙ୍କ ମନରେ ସେବା ମନୋବୃତ୍ତି ଆଣିବା ନିମନ୍ତେ ପ୍ରେରଣା ଦେଇଥିଲେ । ପରି ଶେଷରେ ବ୍ରହ୍ମାକୁମାରୀ ଭଗ୍ନୀ ପ୍ରଶଂସା ଏହି ବର୍ଷର ବିଷୟ ଉପରେ ଆଲୋକପାତ କରି ଦୟା ଓ କରୂଣା ର ପ୍ରତିମୂର୍ତ୍ତି ସାଜି ଆମେ ନିଜ ଭିତରେ ସେବା ମନୋବୃତ୍ତି ବଢାଇ କିପରି ସମସ୍ତଙ୍କ ଆଶିର୍ବାଦର ପାତ୍ର ହୋଇପାରିବା ଏହା ଦର୍ଶାଇ ସମସ୍ତଙ୍କୁ ରାଜଯୋଗର ଅଭ୍ୟାସ କରାଇଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥି ଭଗ୍ନୀ ସେବିକା ବିଦ୍ୟାଳୟ ର ଅଧ୍ୟକ୍ଷା ଭଗ୍ନି ପୂର୍ଣ୍ଣମି ନାୟକଙ୍କୁ ଏବଂ ଅବସର ପ୍ରାପ୍ତ ଅଧ୍ୟକ୍ଷା ଭଗ୍ନୀ ସେଫାଳି ଦାସଙ୍କୁ ବ୍ରହ୍ମାକୁମାରୀ ପ୍ରଶଂସା ଉତରିୟ ଏବଂ ଈଶ୍ୱରୀୟ ଉପହାର ପ୍ରଦାନ କରି ସମ୍ମାନିତ କରିଥିେଲ । ଭଗ୍ନୀ ସେବିକା ବିଦ୍ୟାଳୟର ଅଧ୍ୟକ୍ଷା ଭଗ୍ନି ପୂର୍ଣ୍ଣମି ନାୟକ ଏବଂ ଅବସର ପ୍ରାପ୍ତ ଅଧ୍ୟକ୍ଷା ଭଗ୍ନୀ ସେଫାଳି ଦାସ ସେବିକା ମାନଙ୍କ ଆଦର୍ଶ ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ପ୍ରତିମା ସମ୍ମୂଖରେ ଦିପ ପ୍ରଜ୍ଜ୍ବଳିତ କରି ସମ୍ମାନ ଜଣାଇ ଥିଲେ । ଏହି କାର୍ଯ୍ୟକ୍ରମରେ ୫୦ଜଣ ସେବିକା ଭଉଣୀ ଉପସ୍ଥିତ ଥିଲେ ।