ଅନ୍ତେବାସୀ ମାନଙ୍କ ପାଇଁ ଏକ ସଚେତନ କାର୍ଯ୍ୟକ୍ରମ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବି.ଡି.ପୁର ଗ୍ରାମ ପଂଚାୟତରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱ ପରିବେଶ ଉପଲକ୍ଷେ ବି.ଡି.ପୁର ର ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ,ଚନ୍ଦ୍ର ଶେଖର କୃଷି ଉଚ୍ଚ ବିଦ୍ୟାଳୟ ଏବଂ ଚନ୍ଦ୍ର ଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ତିନିଟିଯାକ ସଂଘରୋଧ ଗୃହ ରେ ଥିବା ସୁରତ ଫେରନ୍ତା ଅନ୍ତେବାସୀ ମାନଙ୍କ ପାଇଁ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ ବନକର୍ମଚାରୀ ଏବଂ ମୁଖ୍ୟ ସଂଯୋଜକ ଭାବେ ଯୋଗ ଦେଇଥିଲେ ଶୂଳପାଣି ଶତପଥୀ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କ୍ଷେତ୍ରୀୟ ବରପୁର ମହାବିଦ୍ୟାଳୟ ଅଧ୍ୟାପକ ବି.ଗୋବିନ୍ଦ ରାଓ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତ ଧୋଇବା ପାଇଁ ୬ ଗୋଟେ ସୂତ୍ର ବାଲ୍ଟି,ସାବୁନ ରଖି ବୁଝାଇ ଥିଲେ ।ତା ସାଙ୍ଗେ ସାଙ୍ଗେ ଶୂଳପାଣି ଶତପଥୀ ଓ ସାସଂଦ ପ୍ରତିନିଧି ବିପ୍ର ଚରଣ ବାରିକ ଗଛ ଲଗାଇବା ଦ୍ୱରା ପରିବେଶ ଭଲ ହୋଇଥାଏ ଏବଂ ଭୂକମ୍ପ ଠାରୁ ଆରମ୍ଭ ବିଭିନ୍ନ ପ୍ରକୃତିକ ବିପର୍ଯୟ ଓଡିଶା କୁ ଗ୍ରାସ ରୁ କିପରି ମୁକ୍ତି ମିଳିଥାଏ ସେ ବିଷୟରେ ମଧ୍ୟ ବୁଝାଇଥିଲେ l ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଇଥିବା କୋରନା ବାର୍ତ୍ତା କୁ କିପରି ପାଳନ କରିବା ବିଷୟରେ ବୁଝାଇ ଥିଲେ ଏବଂ ତା ସହିତ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ଏବଂ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ବାର୍ତ୍ତା କୁ ଖବର କାଗଜ ରୁ ବାହାର କରି ଅନ୍ତେବାସୀଙ୍କୁ ବଣ୍ଟନ କରାଯାଇ ଥିଲା । ତା ସାଙ୍ଗେ ସାଙ୍ଗେ କୁନି କଣ୍ଠ ଶିଳ୍ପୀ ପ୍ରାର୍ଥନା ଚ୍ୟାନେଲେ ରାଜ୍ୟ ଦ୍ୱତୀୟ ପୁରସ୍କାର ପ୍ରାପ୍ତ ଶ୍ରୀ ବିଶ୍ୱଜିତ ମହାରଣା ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ତିନିଟା ଯାକ ସଂଘରୋଧ କେନ୍ଦ୍ର ରେ ଦୁଇଟି ଲେଖାଁଏ ଭଜନ ଗାଇ ମନ ମୁଗ୍ଧ କରିବା ସହିତ ଭଜନ ଦୂରା ଆଧ୍ୟାତ୍ମିକ ପରିବେଶ ସୁଷ୍ଟି କରିଥିଲେ ଏବଂ ପ୍ରଶାନ୍ତ କୁମାର ପ୍ରଧାନ ଯିଏ କି ଜଣେ ସ୍ୱେଚ୍ଛାସେବି ତାଙ୍କର ସହଯୋଗୀ ମାନଙ୍କ ସହିତ ଆସି ବି.ଡି.ପୁର ସଂଘରୋଧ କେନ୍ଦ୍ର ରେ ଥିବା ଅନ୍ତେବାସୀ ମାନଙ୍କୁ ସଚେତନ କରିଥିଲେ । ସରପଞ୍ଚ କୃଷ୍ଣ ଚନ୍ଦ୍ର ରଥ ସ୍ବାଗତଂ କରିବା ସହିତ ସଚେତନ କରିଥିଲେ । ଧନ୍ୟବାଦ ଦେଇଥିଲେ ଯୁବ ସମିତି ସଭ୍ୟ ଅମିର କୁମାର ସ୍ୱାଇଁ ଗ୍ରାମପଂଚାୟତ ନିର୍ବାହି ଅଧିକାର ଶ୍ରୀ ପ୍ରଦୀପ କୁମାର ପ୍ରଧାନ ଓ ଜି.ଆର.ଏସ୍ ଶ୍ରୀ ସରୋଜ କୁମାର ନାୟକ ସଂଘରୋଧ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଅଙ୍ଗନବାଡି କର୍ମଚାରୀ, ଆଶା ଦିଦି ବି.ଡି.ପୁର ସହର ବ୍ୟବସାୟୀ ସଂଘ ବିଭିନ୍ନ ଲୋକ ଯୋଗ ଦେଇଥିଲେ ଅଭିମନ୍ୟୁ ସ୍ୱାଇଁ, ଜିତେନ୍ଦ୍ର ରଥ, ନାରାୟଣ ମହାରଣା ଶିଶିର ସ୍ୱାଇଁ, ପ୍ରଭାତ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ