ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସୌଜନ୍ୟ ରେ ନିମାପଡ଼ା ବ୍ଲକ ଅଫିସ ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ପୁରୀ ଜିଲା ଏଡ଼ିଏମ (ପ୍ରସାଶନ) ଶରତ ଚନ୍ଦ୍ର ବେହେରା, ବିଡ଼ିଓ ଡ଼. ଅଭିଜିତ ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷ ଅନୁସୁୟା ମହାନ୍ତି, ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା, ସହକାରୀ ଯନ୍ତ୍ରୀ ସୁନିଲ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ଦଫା ରେ ଘର ନଥିବା ଚୟନ ହୋଇଥିବା ୮୨ ଜଣ ହିତାଧିକାରୀ ଙ୍କୁ ଏହି ଯୋଜନା ରେ ଅନ୍ତ୍ୟୋଦୟ ଗୃହ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ ହୋଇଥିଲା । ପୂର୍ବଭଳି ଘର ନିର୍ମାଣ ପାଇଁ ଜଣେ ହିତାଧିକାରୀଙ୍କୁ ୨ଟି ପର୍ଯ୍ୟାୟରେ ୧ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ ।ଯେଉଁ ହିତାଧିକାରୀ ୪ ମାସ ମଧ୍ୟରେ ଗୃହ ନିର୍ମାଣ ଶେଷ କରିବେ ସେମାନଙ୍କୁ ଅତିରିକ୍ତ ୨୦ ହଜାର ଟଙ୍କା ର ପତ୍ସୋହନ ରାଶି ଦିଆଯିବ ବୋଲି ବିଡ଼ିଓ ସୂଚନା ଦେଇଥିଲେ। ଯେଉଁ ହିତାଧିକାରୀ ମାନେ ଅଧିକ ସମୟ ନେଇ ଅର୍ଥାତ ୬ ମାସ ମଧ୍ୟରେ ଘର ସଂମ୍ପୂର୍ଣ୍ଣ କରିବେ ସେମାନଙ୍କୁ ୧୦ ହଜାର ଟଙ୍କା ପ୍ରତ୍ସୋହନ ରାଶି ପ୍ରଦାନ କରାଯିବ । ଏହି ଯୋଜନା କୁ ମୁଖ୍ୟମନ୍ତ୍ରୀ ଙ୍କ ରାଜ୍ୟ ସ୍ତରୀୟ ଉଦଘାଟନ ଉତ୍ସବ କୁ ସିଧାପ୍ରସାରଣ ମାଧ୍ୟମରେ ବ୍ଲକ କାର୍ଯ୍ୟାଳୟ ଠାରେ ସମସ୍ତ ଅତିଥି, ହିତାଧିକାରୀ, ସରପଞ୍ଚ,ସମିତି ସଭ୍ୟ , ସଭ୍ୟା ମାନେ ବସି ଦେଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ