ଅନ୍ତ୍ୟୋଦୟରେ ସନ୍ତୁଷ୍ଟ ହେଉଛନ୍ତି ହିତାଧିକାରୀ ଆବାସ ଟାର୍ଗେଟ କେବେ ?

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଗରିବ ଲୋକଙ୍କୁ ସୁରକ୍ଷିତ ପକ୍କା ଛାତ ଘରଟିଏ ଯୋଗାଇ ଦେବା ପାଈଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ )ପ୍ରଣୟନ କରିଛନ୍ତି। ତେବେ ବର୍ଷେ ହେବ ଅସ୍ତରଙ୍ଗ ବ୍ଲକ କୁ ଟାର୍ଗେଟ ନ ଆସିବାରୁ ଆବେଦନକାରୀ ନିରାଶ ହେଉଛନ୍ତି। ଏଭଳି ସମୟରେ ଓଡିଶା ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନା ବ୍ଲକବାସୀ ଙ୍କୁ କିଛିଟା ସନ୍ତୋଷ ଆଣି ଦେଇଛି
ଦାରିଦ୍ର୍ୟ ସୀମାରେଖା ତଳେ, କଚ୍ଚା ଘରେ ରହୁଥିବା ପରିବାରଙ୍କୁ ସୁରକ୍ଷିତ ପକ୍କା ଘରଟିଏ ଯୋଗାଇ ଦେବା ପାଈଁ ୨୦୧୫ଜୁନ ୨୫ରୁ ପିଏମଏୱାଇ ପ୍ରଣୟନ କରାଯାଇଥିଲା। ଗ୍ରାମାଞ୍ଚଳ ଲୋକଙ୍କ ପାଈଁ ପିଏମୱାଇ ଲୋକ ଙ୍କ ପାଈଁ କାମ କରୁଛି। ଘର ନିର୍ମାଣ ପାଈଁ ହିତାଧିକାରୀ ଙ୍କୁ ତିନୋଟି ପର୍ଯ୍ୟାୟରେ ମୋଟ ୧ଲକ୍ଷ ୨୦ହଜାର ଟଙ୍କା ମିଳୁଛି। ପ୍ରଥମ ପର୍ଯ୍ୟାୟରେ ୪୦ହଜାର, ଘରର ଫାଉଣ୍ଡେସନ କାମ ଶେଷ ହେବା ପରେ ୬୫ହଜାର, ଛାତ ଲେଭେଲ ପର୍ଯ୍ୟନ୍ତ କାମ ଶେଷ ହେବା ପରେ ଅବଶିଷ୍ଟ ୧୫ହଜାର ଟଙ୍କା ମିଳୁଛି। ସରକାରୀ ଅର୍ଥକୁ ଘର କାମରେ ବିନିଯୋଗ କରିବା ପାଈଁ ମଧ୍ୟ ହିତାଧିକାରୀ ଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଉଛି। ୪ମାସ ଭିତରେ ହିତାଧିକାରୀ ଆବାସ କାମ ଶେଷ କଲେ ଅଧିକ ୨୦ହଜାର ଟଙ୍କା, ୬ମାସ ଭିତରେ ଶେଷ କଲେ ୧୦ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଉଛି।
ଏ ସବୁ ସତ୍ବେ ବର୍ଷେ ହେବ ଅସ୍ତରଙ୍ଗ ବ୍ଲକକୁ ପିଏମଏୱାଇ ଟାର୍ଗେଟ ଆସୁ ନଥିବାରୁ ଆବେଦନକାରୀ ଏହାର ସୁଫଳ ପାଈ ପାରୁନାହାନ୍ତି। ଏହି ସମୟରେ ଆବେଦନକାରୀ ଙ୍କ ସଂଖ୍ୟା ୬ହଜାର ୬ଶହ ୭୮ଜଣ ଆବେଦନ କରିଛନ୍ତି। ଟାର୍ଗେଟ ଆସିନଥିବାରୁ ଆବେଦନକାରୀ ନିରାଶ ହୋଇଛନ୍ତି।
ଏଭଳି ସମୟରେ ରାଜ୍ୟ ସରକାରଙ୍କ ନୂଆ ଯୋଜନା “ଅନ୍ତ୍ୟୋଦୟ ଗୃହ ଯୋଜନା “ଅସ୍ତରଙ୍ଗ ବ୍ଲକ ବାସୀଙ୍କ ମନରେ କିଛିଟା ଖୁସି ଦେଇଛି। ଚଳିତ ବର୍ଷ ମାର୍ଚ୍ଚ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଶୁଭାରମ୍ଭ କରିଥିଲେ। ଏହି ଯୋଜନା ରେ ଜଟିଳ ରୋଗରେ ପୀଡିତ ଥିବା ବ୍ୟକ୍ତି, ଭିନ୍ନକ୍ଷମ, ପ୍ରାକୃତିକ ବିପର୍ଯ୍ୟୟରେ ବାସ ହରାଇଥିବା ଲୋକ, ଏଚଆଇଭି ଆକ୍ରାନ୍ତ, ବିଭିନ୍ନ କାରଣ ପାଈଁ ସ୍ଥାନାନ୍ତରଣ ହୋଇଥିବା ଲୋକ, ବିଧବା ମହିଳା (ଯେଉଁ ମାନଙ୍କର ପିଲା ୧୮ବର୍ଷ ରୁ କମ୍ ହୋଇଥିବେ )ଏହି ଯୋଜନା ଲାଭ ନେଇଛନ୍ତି। ରାଜ୍ୟ ସରକାର ଙ୍କ ଯୋଜନା ରେ ଅସ୍ତରଙ୍ଗ ବ୍ଲକର କିଛି ହିତାଧିକାରୀ ଙ୍କୁ ପକ୍କା ଘର ମିଳିଛି। ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଅସ୍ତରଙ୍ଗ ବ୍ଲକରେ ୧୬୬ଜଣ ଆବେଦନ କରିଛନ୍ତି। କିଛି ବ୍ୟକ୍ତି ଙ୍କୁ ପୂର୍ବରୁ ମିଳିଥିବା ବେଳେ ଶନିବାର ଦିନ କିଛି ବ୍ୟକ୍ତିଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ଅତିଥି ମାନଙ୍କ ଦ୍ୱାରା।ଅସ୍ତରଙ୍ଗ ବ୍ଲକ ରେ ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ମୋଟ ୧୨୪ଜଣକୁ ପକ୍କାଘର ମିଳିଛି। ଅବଶିଷ୍ଟ ହିତାଧିକାରୀ ଙ୍କ ଆବେଦନପତ୍ରର ଯାଞ୍ଚ ପ୍ରକ୍ରିୟା ଚାଲିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ