ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ଆସିକା, (ୱାଇଏନ୍‍ଏସ୍‍):ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ରିସିଗାଁ ଶ୍ରୀକୃଷ୍ଣ ନଗର ପଡିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଆସିକା ବ୍ଳକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ତହସିଲ ଅଫିସ କାର୍ଯ୍ୟାଳୟର ପଡିଆରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶତାଧୀକ ଜନତା ଯୋଗଦେଇ ଆଭାସି ମାଧ୍ୟମରେ ଏଲ୍‍ଇଡି ପରଦାରେ ଏହି ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦେଖିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲିପିନା ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ ଯୋଗଦେଇ ଗରିବ ଓ ନିରାଶ୍ରୟ ଲୋକଙ୍କ ନିମନ୍ତେ ରାଜ୍ୟ ସରକାର ନୂତନ ଭାବେ କାର୍ଯ୍ୟକାରୀ କରିଥିବା ଅନ୍ତ୍ୟୋଦୟ ଗୃହ ଯୋଜନାର ସୁଫଳ ଯେପରି ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ଗ୍ରାମ ପଂଚାୟତର ଯୋଗ୍ୟ ହିତାଧିକାରୀମାନେ ପାଇପାରିବେ ତାହାରି ଉପରେ ଆଲୋକପାତ କରିବା ସାଙ୍ଗକୁ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ଜନକଲ୍ୟାଣକାରୀ ଯୋଜନା ଗୁôଡିକ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଅନ୍ତ୍ୟୋଦୟ ଗୃହ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବିଡିଓ ଲିପିନା ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ବ୍ଳକ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୮୯ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଗ୍ରାମାଞ୍ଚଳର ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ସହିଦ୍‍ ପରିବାର, ଘରପୋଡି, ହାତୀ ଉପଦ୍ରବ, ବନ୍ୟାବାତ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ପରିବାରମାନଙ୍କୁ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରାଯିବାର ବ୍ୟବସ୍ଥା ରହିଥିବା ଜଣାପଡିଛି । ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଅବସରରେ ଆସିକା ବ୍ଳକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବ୍ଳକ କର୍ମଚାରୀ ସଂଦୀପ କୁମାର ବେହେରା, ଟିକିନା ବିଶ୍ୱାଳ, ବାବୁରାମ ନାୟକ, ଅଶୋକ କୁମାର ସେଠୀ, ପ୍ରିୟମ୍ବଦା କହଁର, ଆକାଶିନୀ ନାୟକ, ରାଜଶ୍ରୀ ସାହୁ, ଚିନ୍ମୟୀ କୁମାରୀ ରାଉତ, ସର୍ମିଷ୍ଠା ଦଳବେହେରା, ସୌଦାଗର ଦଳେଇ, ଦେବେନ୍ଦ୍ର କୁମାର ପାତ୍ର, ଅଶୋକ କୁମାର ସେଠୀ, ପ୍ରଭାତୀ ପାତ୍ର, ସନ୍ତୋଷ କୁମାର ସାହୁ, ତାରିଣୀ ପ୍ରସାଦ ସାହୁ, ଶ୍ରୀମତୀ ପ୍ରିୟଦର୍ଶନୀ ପଣ୍ଡା, ତାରିଣୀ ମହାରଣା, ସୁକାନ୍ତ କୁମାର ନାୟକ, ଅନିତା ମହାରଣା, ସନ୍ତୋଷିନୀ ପ୍ରସାଦ, ପରମେଶ୍ୱର ମଳିକ, ନନ୍ଦିନୀ କୁମାରୀ ଦାଶ, ସୁନିଲ୍‍ କୁମାର ମିଶ୍ରଙ୍କ ସମେତ ବହୁ କର୍ମଚାରୀ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବ୍ଳକ ଉପାଧ୍ୟକ୍ଷା ଏସ୍‍.ରେଶ୍‍ମା ଦୋରା, ବିଜେପି ନେତା ଶିବ କୁମାର ନାୟକ, ଭଗବାନ ସାହୁ, ଶଙ୍କର ମହାନ୍ତି, ରବିନ୍ଦ୍ରନାଥ ବାରିକ, ରବିନ୍ଦ୍ର ଗୌଡ, ଶଶାଙ୍କ ଶେଖର ଚର୍ଚ୍ଚି, ନିଳମଣୀ ଗୌଡ, ସନ୍ତୋଷ କୁମାର ସ୍ୱାଇଁ, ରାଜୀବ ପାତ୍ରଙ୍କ ସମେତ ବିଭିନ୍ନ ପଂଚାୟତର ବହୁ ନିର୍ବାଚିତ ପ୍ରତିନିଧି ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ