ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ରାଈକିଆ, (ଆଦିତ୍ୟ ପ୍ରସାଦ ପାଢ଼ୀ):କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ବ୍ଲକ ପରିସରରେ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଏହି ଯୋଜନାର ରାଜ୍ୟସ୍ତରୀୟ ଉଦ୍‌ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ଭିନ୍ନକ୍ଷମ, ବିଧବା,ଦୁରାରୋଗ୍ୟରେ ପୀଡିତ ଥିବା ବ୍ୟକ୍ତି,ସହିଦ ପରିବାରର ବ୍ୟକ୍ତି,ପଦ୍ମଶ୍ରୀ ପାଇଥିବା ପରିବାରର ବ୍ୟକ୍ତି,ବନ୍ୟା ବାତ୍ୟା ପ୍ରଭାବିତ ହୋଇଥିବା ପରିବାର ବ୍ୟକ୍ତି ଏବଂ ଅସହାୟରେ ଥିବା ପରିବାର ଓ ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ ଚୟନ କରି ଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଉଅଛି । ରାଇକିଆ ବ୍ଲକରୁ ୧୦୩ ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଅଛି । କାର୍ଯ୍ୟକ୍ରମରେ ରାଈକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ଘୁ. ଉଦୟଗିରି ବିଧାୟକ ପ୍ରତିନିଧି ତାରିଣୀ ପରିଛା, ରାଈକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ଚନ୍ଦ୍ର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ରୀନା ପ୍ରଧାନ, ରାଈକିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ, ତହସିଲଦାର ବରିୟାଲ ମୁର୍ମୁ, ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, ଏବିଡିଓ ଦିବ୍ୟସିଂହ କହଁର, ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ । ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର କମଲ ନାୟକ, ଓଏଲଏମ ବିପିଏମ ଜୟଦେବ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ