ଅନ୍ତ୍ୟୋଦୟ ଗୃହ ଯୋଜନାର ସିଧା ପ୍ରସାରଣ ଦେଖିଲେ ଲୋକେ, ୭୨ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ବନ୍ତ, (ଚାନ୍ଦିନୀ ମହାନ୍ତି):ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାର ସିଧା ପ୍ରସାରଣ କାର୍ଯ୍ୟକ୍ରମ ସମଗ୍ର ବ୍ଲକରେ ଦେଖିବାକୁ ମିଳିଛି । ଏହି ଅବସରରେ ବନ୍ତ ବ୍ଲକ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧିଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗ ଦେଇ ଦୀର୍ଘ ସମୟ ଧରି ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ଦେଖିଥିଲେ । ଭାରପ୍ରାପ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯକ୍ରମରେ ଭଦ୍ରକ ସାସଂଦ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ବର୍ଗର ୭୨ ଜଣ ହିତଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ସାଂସଦ ଶ୍ରୀ ସେଠୀ ବ୍ଲକ ପରିସରରେ ମିଶନ ଶକ୍ତି ପକ୍ଷରୁ ଖୋଲା ଯାଇଥିବା କାଫେକୁ ଫିତାକାଟି ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିପିଡିଓ ସୁଚୀସ୍ମିତା ବାରିକ, ବିପିସି ରଞ୍ଜନ କୁମାର ସ୍ୱାଇଁ, ସିପି ସୁଧାଂଶୁ ବିଶ୍ୱାଳ, ଏସିପି ମିତ୍ରଭାନୁ ସ୍ୱାଇଁଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ