ଅନ୍ତ ମହାବିଦ୍ୟାଳୟ କବାଡ଼ି(ପୁରୁଷ) ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୁଗୁଡା, (ଅନିଲ କୁମାର ମହାରଣା) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାୟୋଜିତ ଅନ୍ତ ମହାବିଦ୍ୟାଳୟ ପୁରୁଷ ବିଭାଗର ୫୨ ତମ କବାଡ଼ି ତୁର୍ଣ୍ଣାମେଣ୍ଟ ଓ ମହିଳା ବିଭାଗ ୧୫ ତମ କବାଡ଼ି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା। ପ୍ରଥମେ ପୁରୁଷ ବିଭାଗ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ନଭେମ୍ବର ୫ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଫାଇନାଲରେ ବୁଗୁଡା ପିପୁଲସ କଲେଜ ଟିମ ବିଜୟୀ ହୋଇ ଚମ୍ପିୟାନ ହୋଇଥିବା ବେଳେ ଜି.ଉଦୟଗିରି କଳିଙ୍ଗା ମହାବିଦ୍ୟାଳୟ ରନର୍ସ ଅପ ହୋଇଅଛି। ଉଦଯାପନୀ ଉତ୍ସବରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ସମ୍ପାଦକ ଗଣେଶ ଚନ୍ଦ୍ର ସେଠୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କଲେଜ ଗଭର୍ନିଂ ବଡ଼ି ପ୍ରେସିଡେଣ୍ଟ ରଜନୀକାନ୍ତ ଭଟ୍ଟ, ପିପୁଲସ କଲେଜ କ୍ରୀଡା ସଙ୍ଗଠନ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଓ ପିଇଟି କ୍ରିଷ୍ଣା ରାଓ ପାତ୍ର ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସେଠୀ ପିପୁଲସ କଲେଜ ଟମକୁ ୱିନର କପ ଓ କଳିଙ୍ଗା ମହାବିଦ୍ୟାଳୟ ଟିମକୁ ରନର୍ସ କପ ପ୍ରଦାନ କରିଥିଲେ। ପିଇଟି ଏମ. ଶ୍ରୀନିବାସ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ