ଅନ୍ତ ରାଜ୍ୟକୁ ଧଳା ପଥର ଚାଲାଣ କାହା ନିର୍ଦେଶରେ

ସରସକଣା,(ଭାଗିରଥି ମହାନ୍ତ):ସାରସକଣା ତହସିଲ ଅଧୀନରେ ଥିବା ପାକଟିଆ ଅଞ୍ଚଳରୁ ବହୁମାତ୍ରାରେ ଧଳାପଥର ପଶ୍ଚିମବଙ୍ଗକୁ ପ୍ରତିଦିନ ଚାଲାଣ ହେଉଥିବା ଦେଖିବାକୁ ମିଳିଛି, ଏହାର ଜ୍ଵଳନ୍ତ ଉଦାହରଣ ଡବ୍ଲୁ ବି 33ଇ 8599 ନମ୍ବର ବିଶିଷ୍ଟ ଏକ ଧଳା ପଥର ବଝେଇ ଟ୍ରକ ଯାହାର ଡ୍ରାଇଭର ଚନ୍ଦନ ରାୟ ଟ୍ରକ୍ ଟିକୁ ନେଇ ବେଙ୍ଗଲ ରାଜ୍ୟକୁ ଯାଉଥିଲେ । ବିଶେଷ ସୂତ୍ରରୁ ଖବରପାଇ ଝାରପୋଖରୀଆ ଅଞ୍ଚଳର କିଛି ଜନସାଧାରଣଙ୍କ ସହିତ ସାରସକଣା ଅଞ୍ଚଳର ସାମ୍ବାଦିକ ବନ୍ଧୁମାନେ ମିଳିମିଶି ସନ୍ଦେହରେ ଗାଡ଼ିଟିକୁ ଅଟକ କରିଥିଲେ ଏବଂ ସାମ୍ବାଦିକମାନେ ସଙ୍ଗେ ସଙ୍ଗେ ମୟୁରଭଞ୍ଜ ଜିଲ୍ଲାର ମୁଖ୍ୟ ଖଣି ବିଭାଗ ଅଫିସକୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରି ଏବାବଦରେ ଜଣାଇଥିଲେ, ବାରିପଦା ଖଣି ବିଭାଗ ଅଧିକାରୀ ଦିଲୀପ କୁମାର ମାହାନାଙ୍କୁ ଯୋଗାଯୋଗକରି ଏବାବଦରେ ଜଣେଇବା ପରେ ମାହାନା ବାବୁ ଉତ୍ତର ଦେଇଥିଲେ ଗାଡ଼ିଟିକୁ ଆପଣ ଅଟକ ରଖନ୍ତୁ, ଆମେ ଝାରପୋଖରୀଆ ପୋଲିସକୁ ସୂଚନା ଦେଇଛୁ ସେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚୁଛନ୍ତି ଏବଂ ଆମେ ମଧ୍ୟ ଯାଉଛୁ, କିଛି ସମୟ ପରେ ଝାରପୋଖରୀଆ ପୋଲିସ ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କ ସହିତ ଅନ୍ୟ ଷ୍ଟାପ ମାନେ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିଥିଲେ, କିନ୍ତୁ ଜବତ କରିଥିବା ଧଳା ପଥର ବୋଝେଇ ଟ୍ରକ ଟିକୁ କାହା ନିର୍ଦ୍ଦେଶରେ ଥାନାରୁ ଛାଡି ଦିଆଗଲା ତାହା ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି, ତେବେ ଧଳା ପଥର ବୋଝେଇ ଟ୍ରକଟି ଚାଲିଯିବା ପରେ ପରେ ଖଣି ବିଭାଗ ଅଧିକାରୀ ଦିଲ୍ଲୀପ କୁମାର ମାହାନାଙ୍କୁ ଧଳା ପଥର ବୋଝେଇ ଟ୍ରକଟିକୁ ତାର ଦସ୍ତାବିଜକୁ ଯାଞ୍ଚ କରି ଛାଡ଼ିବା ବାବଦରେ ଜାଣିବା ପାଇଁ ଯେତେ ଫୋନ୍ କଲେ ମଧ୍ୟ ସେ ଫୋନ୍ ଉଠାଇନ ଥିଲେ, ପୁଣି ଘଟଣା ବାବଦରେ ମାହାନାଙ୍କୁ ଫୋନ୍ କରିବାରୁ ତାଙ୍କ ଉତ୍ତରରେ ଗଣମାଧ୍ୟମ ପ୍ରତିନିଧି ମାନେ ସନ୍ତୁଷ୍ଟ ହୋଇନଥିଲେ | କାରଣ ଉତ୍ତର ରଖିଥିବା ମାହାନା ବାବୁ କେତେବେଳେ କଣ କହୁଥିଲେ ତାର ତାଳମେଳ ମିଳୁନଥିଲା | ଯେମିତିକା କେତେବେଳେ କହୁଥିଲେ ଆମ ଗାଡ଼ିଟି ଖରାପ ହେଲା ଆମେ ଯାଇପାରିଲୁ ନାହିଁ, ପୁଣି କେତେବେଳେ କହୁଛନ୍ତି ସେ ଗାଡିର ଇପାସ ଥିଲା ତେଣୁ ଗାଡିଟିଆମେ ଛାଡ଼ିଦେଲୁ ପୁଣି କେତେବେଳେ କହୁଛନ୍ତି ଆମେ ଯାଇଥିଲୁ ଥାନା ଅଧିକାରୀ ଆପଣ ମାନଙ୍କୁ ଖବରଦେଲେ କିନ୍ତୁ ଆପଣ ମାନେ ଆସିଲେ ନାହିଁ, ଏହିଠୁ ଜଣାପଡୁଛି ଖଣି ବିଭାଗ କେତେସତ କେତେ ମିଛ କହୁଛି ଯାହାର ଫୋନରେ କଥା ହୋଇଥିବା କଲ ରେକର୍ଡିଙ୍ଗ ଶୁଣିଲେ ସମସ୍ତେ ବୁଝିପାରିବେ, ପ୍ରଶ୍ନ ଉଠେ ସତରେ କଣ ଖଣିବିଭାଗ ଅଧିକାରୀମାନେ ଆସିଥିଲେ ନା ମୋଟା ଅଙ୍କର ଟଙ୍କା ନେଇ ଖଣି ଅଧିକାରୀ ମାନେ ଧଳା ପଥର ବୋଝେଇ ଟ୍ରକ ଟିକୁ ଛାଡି ଦେଇଛନ୍ତି, କିଛିଦିନ ପୂର୍ବରୁ ଆର.ଟି.ଆଇ ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଏହି ଧଳା ପଥର ଖଣି ବାବଦରେ ଅଞ୍ଚଳର ଜଣେ ସାମ୍ବାଦିକ ବନ୍ଧୁ ତଥ୍ୟ ମାଗିଥିଲେ କିନ୍ତୁ ଜିଲ୍ଲାପାଳଙ୍କ ଅଫିସରେ ଏହି ଖଣି ବାବଦରେ କୌଣସି ତଥ୍ୟ ନାହିଁ ବୋଲି ଜାଣିବାକୁ ମିଳିଥିଲା, ତାହାଲେ ସତରେ କଣ ଜିଲ୍ଲାପାଳଙ୍କୁ ନ ଜଣେଇ ଖଣି ଅଧିକାରୀମାନେ ଖଣି ବେପାରୀଙ୍କ ସହିତ ମିଳିମିଶି ଟଙ୍କା ହରିଲୁଟ କରି ଖାଉଛନ୍ତି, ଏଥିରୁ ଆହୁରି ମଧ୍ୟ ଜଣା ପଡ଼ୁଛିକି ଅଞ୍ଚଳରେ ଏପରି ଚୋରୀ ହେଉ ଥିବାକୁ କାହାର କେତେ ସହାନୁଭୂତି ରହିଛି, ଏହି ଘଟଣାର ଉଚ୍ଚସ୍ତରୀୟ ପୁଙ୍ଖାନୁ ପୁଙ୍ଖ ଭାବେ ତଦନ୍ତ କରାଗଲେ ସବୁକିଛି ସତ ସମ୍ମୁଖକୁ ଆସିପରନ୍ତା ବୋଲି ଅଞ୍ଚଳ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦେଖିବାକୁ ବାକି ରହିଲା ଆଗକୁ କଣ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ