ଅନ୍ଦ୍ରପାଲି ଘାଟି ଠାରେ ପିକଅପ୍ ଭ୍ୟାନ୍ ଓଲଟି ୧୫ ଜଣ ଆହତ

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ବରଯାତ୍ରୀ ଗାଡି ସ୍ୱାଭିମାନ ଅଞ୍ଚଳରେ ଓଲଟି ୨୦ ରୁ ଉର୍ଦ୍ଧ ଆହାତ। ଆହତ ଙ୍କୁ ବର୍ତ୍ତମାନ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ତାର୍ଲକୋଟା ପଞ୍ଚାୟତ ରୁ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ସୀଙ୍ଗୋଇ ଗାଁରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ମହିଳା ଓ ପୁରୁଷ ମିଶି ୩୫ ଜଣ ଆନ୍ଦ୍ରାପଲ୍ଲୀ ପଞ୍ଚାୟତ ର ଓରାପଦର ଲଞ୍ଚ ଘାଟ ଠାରେ ଲଞ୍ଚ ଯୋଗେ ପହଞ୍ଚି ଥିଲେ । ସେଠାରେ ପୂର୍ବରୁ ସିଙ୍ଗୋଇ ଗାଁ ରୁ ଏକ ପିକ୍ ଭ୍ୟାନ ଅପେକ୍ଷା କରିଥିଲା । ସେହି ପିକ୍ ଭ୍ୟାନ ରେ ୩୫ ଜଣ ଶୀଙ୍ଗୋଇ ଗାଁ କୁ ଯିବା ସମୟେ, ଭ୍ୟାନ ଟି ଭାରସାମ୍ୟ ହରାଇ ଅନ୍ଦ୍ରାପାଲି ରାସ୍ତା କଡରେ ଓଲଟି ପଡିଥିଲା । ଘଟଣା ସ୍ଥଳେ ପୁରୁଷ ୮ ଜଣ ଓ ମହିଳା ୭ ଜଣ ଆହତ ହୋଇଥିବା ବେଳେ, ୨ ଜଣ ପୁରୁଷ ଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ରେ ଆହତ ହୋଇଥିବା ସମସ୍ତଙ୍କୁ ସ୍ୱାଭିମାନ ଅଞ୍ଚଳର ସ୍ଥାନୀୟ ବି ଏସ ଏଫ୍ ଓ ପୋଲିସ ଅଧିକାରୀ ଚଂଦ୍ରକାନ୍ତି ତାଣ୍ଡି ଓ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନା ର ପୂର୍ବତନ ଥାନା ଅଧିକାରୀ ଅନିଲ ପରିଡା ଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ, ଗୁରୁତ୍ୱର ଅବସ୍ଥାରେ ଥିବା ୨ ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଛି । ଅନ୍ୟ ଆହତ ଙ୍କ ଅବସ୍ଥା ପୂର୍ବରୁ ବର୍ତ୍ତମାନ ନିୟନ୍ତ୍ରଣ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ