ଅନ୍ଧାରରେ ଏସବୁ ମନା

ଅନ୍ଧାରରେ କେତେକ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ । ଏହା ଦ୍ୱାରା ମସ୍ତିଷ୍କ ତଥା ଆଖି ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି କୁହାଯାଇଥାଏ । ଅନ୍ଧାରରେ ମୋବାଇଲ୍ ଅଥବା ଲ୍ୟାପ୍ଟପ୍ରେ କାମ କରିବା ଦ୍ୱାରା ଦୃଷ୍ଟି ଶକ୍ତି ହ୍ରାସ ପାଇବା ସହିତ ମାନସିକ ଚାପ ଅନୁଭୂତ ହୋଇଥାଏ । ଆମେରିକା ଟେରେଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟ ଅନୁସାରେ ପ୍ରତିଦିନ ଅନ୍ଧାରରେ ଘଣ୍ଟାଏ ସ୍ମାର୍ଟଫୋନ୍ ଦେଖିଲେ ଆଖିରେ ଥିବା ତରଳ ପଦାର୍ଥ ଶୁଖିଯାଇଥାଏ । ଫଳରେ ଏହାର ଖରାପ ପ୍ରଭାବ ରେଟିନା ଉପରେ ପଡ଼େ । ଦୀର୍ଘ ଦିନ ଧରି ଏହା ଜାରି ରହିଲେ ଦୃଷ୍ଟିଶକ୍ତି ହ୍ରାସ ପାଇଥାଏ । ଏହା ଶରୀରରେ ମେଲାଟୋନିନ୍ ହରମୋନ୍ କ୍ଷରଣ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହାଯୋଗୁ ବହୁ ସମୟ ପର୍ଯ୍ୟନ୍ତ ଆଖିକୁ ନିଦ ଆସେ ନାହିଁ । ଏହା ସହିତ ମାନସିକ ଚାପ ମଧ୍ୟ ବୃଦ୍ଧି ପାଏ । ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍ ବ୍ୟବହାର ଦ୍ୱାରା ବ୍ରେନ ଟ୍ୟୁମର ହେବାର ଆଶଙ୍କା ରହିଥାଏ । ଏହା ମସ୍ତିଷ୍କର ସ୍ମୃତିଶକ୍ତି ହ୍ରାସ କରେ । ଆଖିଡୋଳା ଉପରେ ଚାପ ପଡ଼ିବା ଯୋଗୁ ପରବର୍ତ୍ତୀ ସମୟରେ ଗ୍ଲୁକୋମା ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ