ଅନ୍ଧାରରେ ଟର୍ଚ୍ଚ ପକାଇ ଐତିହାସିକ ପୋତାଗଡ଼ ପରିଦର୍ଶନ କଲେ ପର୍ଯ୍ୟଟନ ସଚିବ

ଗଞ୍ଜାମ, (‌ୱାଇଏନ୍‌ଏସ୍ ): ଗଞ୍ଜାମ ଜିଲ୍ଲାର ଅନ୍ୟତମ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପୋତାଗଡ଼ର ବିକାଶ ଓ ବିଶ୍ୱ ପର୍ଯ୍ୟଟନ ରେ ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ଫୋକସ କରୁଥିବା ବେଳେ, ଏହାକୁ ବାସ୍ତବ ରୂପଦେବା ପାଇଁ ତତ୍ପରତ ଦେଖାଇଛି ପ୍ରଶାସନ । ଆଜି ସନ୍ଧ୍ୟାରେ ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଭିସାଲ କୁମାର ଦେବ ସନ୍ଧ୍ୟା ରେ ଐତିହାସିକ ପୋତାଗଡ଼ ପରିଦର୍ଶନ ରେ ଆସି ଟର୍ଚ୍ଚ ପକାଇ ବୁଲି ବୁଲି ଅନୁଧ୍ୟାନ କରିଥିଲେ । ଏହାର ବିକାଶ ପାଇଁ କଣ କାର୍ଯ୍ୟକ୍ରମ ନିଆଯାଇଛି ଉପସ୍ଥିତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୁ ଟିକନିକ୍ଷ ପଚାରି ବୁଝିବା ସହ ରୂପରେଖ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଋଷିକୂଲ୍ୟା ମୁହାଣରେ ଅବସ୍ଥିତ ପୋତାଗଡ଼ର ସନ୍ଧ୍ୟାକାଳୀନ ଦୃଶ୍ୟଦେଖି ବୋଭିର ହୋଇଯାଇଥଲେ । ଏହି ସମୟରେ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ମହାନିଗମ କମିସିନର , ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ , ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତପ୍ରମୁଖ ଉପସ୍ଥିତ ଥଲେ ।ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ ସଚିବ ଭିନାଲ କ୍ରୀଷ୍ଟା ଜାନୁଆରୀ ୨୬ ତାରିଖରେ ପୋତାଗଡ଼ ପରିଦର୍ଶନ ପରେ, ଗଞ୍ଜାମ ଜିଲ୍ଲାପାଳଙ୍କ ବାରମ୍ବାର ଅନୁଧ୍ୟାନ ବର୍ତ୍ତମାନ ଆଜି ପର୍ଯ୍ୟଟନ ସଚିବଙ୍କ ପରିଦର୍ଶନ ପରେ ପୋଟଗଡର ବିକାଶ ନେଇ ଅଞ୍ଚଳ ବାସୀଙ୍କ ମନରେ ଆସର ସଞ୍ଚାର ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ