ଅନ୍ଧାରରେ ମେଡିକାଲ ରାସ୍ତା, ପ୍ରଶାସନର ଦୃଷ୍ଟି ପଡିବ କେବେ ?

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ମୁଖିଆଙ୍କ ଗଡ ହିଞ୍ଜିଳିକାଟୁରେ ଉନ୍ନୟନ କାର୍ଯ୍ୟ ଶୀର୍ଷ ସ୍ଥାନ ଅଧିକାର କରିଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ ବହୁ ଉନ୍ନୟନ କାର୍ଯ୍ୟ ସକାଶେ ରାଜ୍ୟ ମୁଖ୍ୟମନ୍ତ୍ରୀ କୋଟି କୋଟି ଟଙ୍କା ବ୍ୟୟ ବରାଦ କରିବାରେ ଲାଗିଛନ୍ତି । ୧୯୬୩ ମସିହାରେ ପ୍ରତିଷ୍ଠିତ ହିଞ୍ଜିଳିକାଟୁ ଡାକ୍ତରଖାନା ପରବର୍ତ୍ତୀ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ଲାଭ କରିଥିଲା । ୨୦୧୮ ମସିହାରେ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ଲାଭ କଲା । ସଂପୃକ୍ତ ଉପଖଣ୍ଡ ଚିକିିତ୍ସାଳୟ ଉପରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତ୍ତୀ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନ ସାଧାରଣ ନିର୍ଭରଶୀଳ । ଦୈନିକ ୪ଶହରୁ ଉର୍ଦ୍ଧ୍ୱ ରେଗୀ ଚିକିତ୍ସା ପାଇଁ ଆସିଥାନ୍ତି । ସଂପୃକ୍ତ ଚିକିତ୍ସାଳୟରେ ରେଗୀଙ୍କ ଅସମ୍ଭବ ଭିଡକୁ ଆଖି ଆଗରେ ରଖି ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ହାତପାଣ୍ଠିରୁ ପ୍ରାୟ ୧୬ କୋଟି ୭୭ଲକ୍ଷ ୪୧ ହଜାର ଟଙ୍କା ବ୍ୟୟରେ ୧୦୦ ଶର୍ଯ୍ୟା ବିଶିଷ୍ଟ (ଅନ୍ତଃ ବିଭାଗ) ସ୍ଥାନୀୟ ପୌରାଂଚଳ ନିୟନ୍ତ୍ରିତ ବଜାର ପରିସରରେ ନିର୍ମାଣ କରାଯାଇଥିଲା । ଗତ ଫେବୃୟାରୀ ୧୧ ତାରିଖରେ ରାଜ୍ୟ ମଉଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରନ୍ସ ମାଧ୍ୟମରେ ଶୁଭ ଉଦଘାଟନ କରିଥିଲେ । ଚିକିତ୍ସାଳୟରେ ରେଗୀଙ୍କ ସକାଶେ ଆବଶ୍ୟକ ଚିକିତ୍‌ସା ସୁବିଧା ସମେତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଯୋଗାଇ ଦିଆଯାଇଛି । ମାର୍ଚ୍ଚ ମାସ ୨୬ ତାରିଖରେ ପୁରୁଣା କୋଠାରୁ ନିର୍ମାଣଧିନ ନୂତନ କୋଠାକୁ ଉପଖଣ୍ଡ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଯାତାୟତ କରିବା ସକାଶେ ୭ନଂ କେନାଳ ରୋଡ଼ ଓ ଆରଏମସି କାର୍ଯ୍ୟାଳୟ ମଧ୍ୟ ଦେଇ ରାସ୍ତା ରହିଛି । ଉପଖଣ୍ଡ ଚିକିତ୍ସାଳୟକୁ ସନ୍ଧ୍ୟା ଓ ରାତ୍ର ସମୟରେ ରୋଗୀ ଓ ସର୍ମ୍ପକୀୟ ମାନେ ଯାତାୟତ କରିବାକୁ ଉଚିତ ମଣୁନଥିବା ଜଣାପଡ଼ିଛି । ଚିକିତ୍ସାଳୟକୁ ଯିବା ରାସ୍ତା ସମ୍ପୁର୍ଣ୍ଣ ଅନ୍ଧକାର ହୋଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ କିଛି ମଦ୍ୟପ ସେହି ରାସ୍ତାରେ ମଦ୍ୟପାନ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବାର ଦେଖିବାକୁ ମିଳୁଛି । ବିଭାଗୀୟ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ମେଡିକାଲ ରାସ୍ତାକୁ ଆଲୋକୀକରଣ କରିବାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ