ଅନ୍ଧାରରେ ୧୫ ପିଲାଙ୍କ ଭବିଷ୍ୟତ ଭଡାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଲିଙ୍ଗିପୁର ଗ୍ରାମପଂଚାୟତ (ଗାଙ୍ଗୋତ୍ରୀ ନଗର)ରେ ଥିବା ଅଙ୍ଗନବାଡି କେନ୍ଦ୍ର ବିଗତ ବହୁ ବର୍ଷ ହେଲା ଅବ୍ୟବସ୍ଥାରେ ଚାଲିଛି । ଖୋଦ୍ ରାଜଧାନୀ ଉପକଣ୍ଠରେ ଏହିଭଳିଆ ଅବସ୍ଥା । ୨୦୧୦ ମସିହାରୁ ଏହି ଅଙ୍ଗନବାଡି କେନ୍ଦ୍ର ଚାଲୁ ରହିଛି । ଏହି ଅଙ୍ଗନବାଡି କେନ୍ଦ୍ରରେ ଆବଶ୍ୟକୀୟ ଭିତିଭୂମି, ମୌଳିକ ସୁବିଧା ପିଲାମାନଙ୍କୁ ମିଳିବାରୁ ବଂଚିତ । ଏହି ଅଙ୍ଗନବାଡି କେନ୍ଦ୍ରଟି ବହୁ ଦୁର୍ଦ୍ଦଶାରେ ଗତି କରୁଛି । ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲାପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିକ୍ଷା ଏକ ମୌଳିକ ଅଧିକାର । କିନ୍ତୁ ଯେଉଁଭଳିଆ ଭାବରେ ପ୍ରଶାସନ ଉକ୍ତ ଅଙ୍ଗନବାଡି କେନ୍ଦ୍ରକୁ ସାବତ ପରି ପୁଅ ପରି ବ୍ୟବହାର କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ । ମାସକୁ ୨୬୦୦ଟଙ୍କା ଟଙ୍କା ଦେଇ ଅଙ୍ଗନବାଡି କେନ୍ଦ୍ର ଚଲାଇବା ଏକ କାଠିକର ପାଠ ବ୍ୟାପାର । ଉ.ଊ.ଚ.ଙ. ଏହି ବିଷୟରେ ଅବଗତ ଥିଲେ ମଧ୍ୟ ସରକାରଙ୍କ ପାଖରେ ଏହି ଅଙ୍ଗନବାଡି କେନ୍ଦ୍ର ବିଷୟରେ ଜାଣିଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ବିଶେଷ କିଛି କରିନଥିବା ଜଣାପଡିଛି । ଆଗକୁ ବର୍ଷା ଦିନ ଆସୁଛି କୋଉ ଭଳି ଭାବେ ପିଲାମାନଙ୍କର ଶିକ୍ଷା ବାଧାପ୍ରାପ୍ତ ନହେବ ଉଚ୍ଚ କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି । ଗାଙ୍ଗୋତ୍ରୀ ନଗର ଭିତରେ ଏକ ସ୍ଥାୟୀ ସରକାରୀ ଯାଗାକୁ ଅଙ୍ଗନବାଡି କେନ୍ଦ୍ର ନାଁରେ କରିବା ପାଇଁ ଉଦ୍ୟମ କରାଯାଉଥିବାବେଳେ ଉଚ୍ଚ କର୍ତୃପକ୍ଷଙ୍କର ଇଚ୍ଛା ଶକ୍ତି ପାଇଁ ଏହା ହୋଇପାରୁନାହିଁ । ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ବଂଟନ ଠାରୁ ଆରମ୍ଭ କରି ଛୋଟ ପିଲାମାନଙ୍କର ରୋଷେଇ କରିବା ପାଇଁ ସ୍ଥାନର ଘୋର ଅଭାବ ଦେଖାଦେଇଛି । ଜିଲ୍ଲାପାଳଙ୍କୁ ବିଶେଷ ଭାବରେ ଅନୁରୋଧ କରାଯାଇଛି ଯେ ଛୋଟ ଛୁଆଙ୍କର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆନଯାଇ ଏକ ସ୍ଥାୟୀ ଯାଗା କିମ୍ବା ଘର ତୁରନ୍ତ ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଉ ।