ଅନ୍ଧାରୁଆରେ ଜାତୀୟ ଚେତନା ନେଇ ଗଣେଶପୂଜା ପାଳନ

ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ସମଗ୍ର ଦେଶରେ ଗଣେଶ ଚତୁର୍ଥୀ ଧାର୍ମୀକ ପରିବେଶରେ ପାଳନ କରାଯାଉଥିବା ସମୟରେ ଭୁବନେଶ୍ବର ନିକଟସ୍ଥ ଚନ୍ଦକା ପଞ୍ଚାୟତର ଅନ୍ଧାରୁଆ ଗ୍ରାମଠାରେ ବାପୁଜୀ ଯୁବକସଂଘ ପକ୍ଷରୁ ରାଷ୍ଟ୍ରୀୟ ଚେତନା ବାର୍ତ୍ତାନେଇ ଏହା ପାଳିତ ହୋଇଛି। ଭାରତୀୟ ନାଗରିକ ଚେତନାର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟ ନେଇ ଯୁବକ ସଂଘର ସମସ୍ତ ସଦସ୍ୟ ତଥା ବାସୀନ୍ଦାମାନେ ଜାତିଧର୍ମ ଓ ଭିନ୍ନ ଧର୍ମୀୟ ଭାବନା ନିର୍ବିଶେଷରେ ଏହାକୁ ପାଳନ କରିଛନ୍ତି। ଏହି ଅବସରରେ ଯୁବକସଂଘ ପକ୍ଷରୁ ଆୟୋଜିତ ସଭାରେ ଯୋଗଦେଇ ଆକାଶବାଣୀ ସମ୍ବାଦ ବିଭାଗର ପୂର୍ବତନ ଉପନିର୍ଦ୍ଦେଶକ ତଥା ରାଜ୍ୟ ପ୍ରତିନିଧି ସୁଧାଂଶୁ ଶେଖର ଧଡା ଯୁବଗୋଷ୍ଠୀଙ୍କୁ ବିଭେଦଶୂନ୍ୟ ମନୋଭାବ ନେଇ ଦେଶର ସମସ୍ତ ନାଗରିକଙ୍କୁ ଭ୍ରାତୃଭାବନା ସ୍ନେହରେ ସାମାଜିକ ଐକ୍ୟ ରକ୍ଷାଦିଗରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ସନ୍ଧ୍ୟାରେ ଜାତିଧର୍ମ ନିର୍ବିଶେଷରେ ପଙ୍କ୍ତି ଭୋଜନର ବ୍ୟବସ୍ଥା କରାଯାଇଥିଲା। ଯୁବକସଂଘର ସଦସ୍ୟ ସର୍ବଶ୍ରୀ ସଦାନନ୍ଦ ନାୟକ, ଲିପୁନ ନାୟକ, ପ୍ରସନ୍ନ ନାୟକ, ଲିଟୁନ ନାୟକ, ସୁଶାନ୍ତ ନାୟକ, ଲକି ନାୟକ, ଅଜୁ ନାୟକ, ଅମର ନାୟକ, ସାଗର ନାୟକ, ବିକି ନାୟକ, ଚନ୍ଦୁ ନାୟକ, ଦିପୁ ନାୟକ,କିଶନ ନାୟକ, ଚିକୁ ନାୟକ, ଲାଲୁ ନାୟକ, ତପନ ନାୟକ, ସୁନୀଲ ନାୟକ, ପିକୁ ନାୟକ, ବାବୁ ନାୟକ, ରାହୁଲ ନାୟକ, ନନ୍ଦୁ ନାୟକ, ଦିନେଶ ନାୟକ, ଆଦିତ୍ୟ ନାୟକ, ସାହିଲ ନାୟକ, ସୁନି ନାୟକ, ଉଇଲିୟମ ନାୟକ ପୂଜା ଓ ପଙ୍କ୍ତି ଭୋଜନର ଆୟୋଜନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ