ଅନ୍ଧାରୁଆ ଗ୍ରାମରେ ପାଳିତ ହେଲା ଝାମୁଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚନ୍ଦକା ନିକଟବର୍ତ୍ତୀ ଅନ୍ଧାରୁଆ ଗ୍ରାମରେ ବାପୁଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ ଚୈତ୍ର ପର୍ବ ଝାମୁଯାତ୍ରା | ଆଜି ସକାଳୁ ଗ୍ରାମ ଦେବତୀ ମା ମଙ୍ଗଳାଙ୍କ ଆଳତୀ ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇଥିଲା | କାହିଁ କେତେ ବର୍ଷରୁ ବୈଶାଖ ପଣସଂକ୍ରାନ୍ତି ଦିନ ଏଠାରେ ଝାମୁଯାତ୍ରା ଆୟୋଜିତ ହୋଇଆସୁଛି | ପ୍ରଭୁ ହର ଗୌରୀଙ୍କ ଉପାସନା କରି ଝାମୁଆ ମାନେ ମାସେ ପୂର୍ବରୁ ହବିଷ୍ୟାନ୍ନ ଭୋଜନ କରୁଥିଲେ | ଓଡ଼ିଆ ଲୋକ ସଂସ୍କୃତି ଓ ପରମ୍ପରାକୁ ଅତୁଟ ରଖି ଏଠାରେ ପ୍ରତିବର୍ଷ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ ହେଉଛି | ଆଖପାଖ ଗ୍ରାମ ଗୁଡ଼ିକରୁ ସହ ସହ ସଂଖ୍ୟାରେ ଲୋକ ଏଠାକୁ ଆସନ୍ତି | ଏହି ଝାମୁଯାତ୍ରାରେ ଯିଏ ଯାହା ମନସ୍କାମନା କରି ଆସନ୍ତି ସବୁ ମନସ୍କାମନା ଲୋକଙ୍କର ପୂରଣ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି | ତେବେ ଆଜି ଜ୍ୱଳନ୍ତା ଅଙ୍ଗାରରେ ଦଣ୍ଡୁଆମାନେ ଚାଲିଥିଲେ | ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ମା ମଙ୍ଗଳାଙ୍କ ଝାମୁଯାତ୍ରା ଶେଷ ହୋଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ