ଅନ୍ନପୂର୍ଣ୍ଣା ବିଦ୍ୟାପୀଠ ରେ ବନ ମହୋତ୍ସବ ସପ୍ତାହ ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ଅନ୍ନପୂର୍ଣ୍ଣା ବିଦ୍ୟାପୀଠ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି ।ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟତ୍ରୀ ମନଶ୍ଵିନି ଲେଙ୍କାଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଭୋଦର ଗ୍ରାମପଞ୍ଚାୟତ ର ସରପଂଚ ଚାରୁଲତା ବେହେରା,ଶିକ୍ଷକ ନିରଞ୍ଜନ କର ,ସତ୍ୟଜିତ ବାନାର୍ଜୀ ,ଶରତ ଚନ୍ଦ୍ରଭଞ୍ଜ ,ରାମଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ ର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦ ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବକ୍ତୃତା ,ଓଡ଼ିଆ ପ୍ରବନ୍ଧ ଚିତ୍ରାଙ୍କନ,ଓ କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ସର୍ବାଧିକ ନମ୍ବର୍ ରଖିଥିବା ଛାତ୍ରୀ ସାଗରିକା ସ୍ବାଇଁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପରେ ବିଦ୍ୟାଳୟ ପରିସରରେ ଅତିଥି ଓ ଛାତ୍ର ଛାତ୍ରୀ ମାନେ ମିଶି ବୃକ୍ଷରୋପଣ କରିଥିଲେ ଶିକ୍ଷକପ୍ରଦୀପ୍ତକୁମାରସାହୁ ,ପ୍ରଣତିବେହେରା, ଆଦ୍ୟାଶା ପ୍ରିୟଦର୍ଶିନୀ ,ହରିହର ମୁଦୁଲି, ଦେବୀ ପ୍ରସନ୍ନ ଦାସ ମାନସ ରଞ୍ଜନ ନାୟକ ,ଶିବ ବ୍ରତ ମଲ୍ଲ ଓ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।


