ଅନ୍ଵେଷା କଳାକେନ୍ଦ୍ର ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଆଜି ସନ୍ଧ୍ୟାରେ ସ୍ଥାନୀୟ ଉତ୍କଳ ଆଶ୍ରମ ମୁକ୍ତମଞ୍ଚରେ ଅନ୍ଵେଷା କଳାକେନ୍ଦ୍ର ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇସାରିଛି l ନିର୍ଦ୍ଦେଶିକା ଉଷା ରାଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଚଳିତ ବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ‘ ସ୍ୱୟଂ ସଂପୂର୍ଣ୍ଣା ‘ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା l ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡା ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ସମାଜ ଗଠନରେ ନାରୀ ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ କ୍ଲୀଷ୍ଟର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଯୋଗ ଦେଇ ଯୁଗେ ଯୁଗେ ନାରୀମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ l ଏହି ଅବସରରେ ଭୁବନେଶ୍ୱରସ୍ଥିତ ମଧୁସୂଦନ ଏକାଡେମୀର ଯୁଗ୍ମ ସଚିବ ଡ ବିଭୁଦତ୍ତ ଆଚାରୀ,ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ମହାରଣା ଏବଂ ନାଳନ୍ଦାଶ୍ରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କାଳୀ ଚରଣ ସାହୁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ଆବାହକ ଡ ମିହିର କୁମାର ତ୍ରିପାଠୀ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା ଏବଂ ସଂଯୋଜକ ସୁଦିପ ସାହୁ ପ୍ରମୁଖ ମଂଚାସୀନ ଥିଲେ l ରଙ୍ଗାରଙ୍ଗ ସଂlସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଆୟୋଜିତ ଏହି ଉତ୍ସବରେ ଜୋତ୍ସ୍ନାରାଣୀ ପଣ୍ଡା, ରଶ୍ମିତା ପଣ୍ଡା, ସସ୍ମିତା ରାଣୀ ସାହୁ, ଏମ. ରାଧାକୁମାରୀ, ବନ୍ଦନା ରାଣୀ ବେହେରା, ପୁଷ୍ପାଞ୍ଜଳି ମହାପାତ୍ର ପ୍ରମୁଖ ୧୫ ଜଣ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରଥମଥର ପାଇଁ ପରିବାର ଗଠନରେ ସ୍ତ୍ରୀ-ସ୍ୱାମୀଙ୍କୁ ସମାନ ଭାଗିଦାରୀ ଉପରେ ଆଧାରିତ ଏକ ଆଲୋଚନା ଚକ୍ର ‘ ସେଇ ସାଥୀ ତୁମେ ସୁନ୍ଦର ‘ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା l ଏହାକୁ ଆକାଶବାଣୀ କେନ୍ଦ୍ର ସଂଯୋଜିକା ସୁକାନ୍ତି ମହାନ୍ତି ଓ ଉଷା ରାଣୀ ମହାପାତ୍ର ସଂଯୋଜନା କରିଥିଲେ lସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଦିପ ସାହୁ, ଶାଶ୍ୱତ ପାଢ଼ୀ ଓ ଅନନ୍ୟା ପାଢ଼ୀ ପ୍ରମୁଖ ସଂଗୀତ ପରିବେଷଣ କରିଥିବା ବେଳେ ଗଞ୍ଜାମ ଜ଼ିଲ୍ଲାର ବହୁ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟ ପରିବେଷଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ