ଅନ୍ୟ ଜାତିରେ ବିବାହ କରିବାରୁ ,ନବ ଦମ୍ପତିଙ୍କୁ ହତ୍ୟା
କେରଳ , ତାମିଲନାଡୁର ତୁତୁକୁଡି ଜିଲ୍ଲାରେ ନବ ଦମ୍ପତିଙ୍କୁ ହତ୍ୟା । ଦୁହେଁ ପରସ୍ପରକୁ ଭଲପାଉଥିଲେ । ଗତକିଛି ଦିନ ତଳେ ବିବାହ ମଧ୍ୟ କରିଥିଲେ । କିନ୍ତୁ ଅନ୍ୟ ଜାତିରେ ବିବାହ କରିବାରୁ ସଇତାନ ମାନଙ୍କ ଜାଲରୁ ମୁକୁଳି ପାରିନଥିଲେ ନବଦମ୍ପତି । ନବଦମ୍ପତିଙ୍କୁ ହତ୍ୟା ଘଟଣା ପରେ ଅଂଚଳରେ କୋକୁଆ ଭୟ ଖେଳିଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ପୋଲିସ ସୂଚନା ମୁତାବକ ଅନ୍ୟ ଜାତିରେ ଦୁହେଁ ଦୁଇ ଜଣଙ୍କୁ ଭଲପାଇ ବିବାହ କରିଥିଲେ । ଜୀବନ ଯାପନ ତାଙ୍କର ହସ ଖୁସିରେ ଚାଲିଥିବା ବେଳେ ମହିଳା ଜଣକ ୩ ମାସର ଗର୍ଭବତୀ ହୋଇଥିବା ବେଳେ କେହି ଦୁର୍ବୁତ୍ତ ଏଭଳି କାଣ୍ଡ ଘଟାଇଛନ୍ତି । ମୃତ ଦମ୍ପତିଙ୍କ ପରିଚୟ ସ୍ୱାମୀ ସୋଲାଇ ରାଜନ (୨୪) ଓ ୨୧ ବର୍ଷିୟ ଜ୍ୟୋତି ବୋଲି ଜଣାପଡିଛି । ନବଦମ୍ପତି ଦୁହେଁ ଦିନ ମଜୁରିଆ ଭାବେ କାମ କରିଆସୁଥିଲେ । ୍କିଛି ଦିନ ମଧ୍ୟରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଏହା ପରେ ଦୁହେଁ ଅନ୍ୟ ଜାତିର ହେଲେ ମଧ୍ୟ ବିବାହ କରିବାକୁ କହିଥିଲେ । କିନ୍ତୁ ପୁଅ ଓ ଝିଅ ଘର ଲୋକ ବାରଣ କରିଥିଲେ । ଏହା ପରେ ଦୁଇ ଜଣ ମିଶି ଘର ଛାଡି ଫେରାର ହୋଇଯାଇଥିଲେ । ଦୁଇ ଜଣ ମିଶି ଏକାଠି ରହି ହସ ଖୁସିରେ ରହିଥିବା ସମୟରେ କେହି ଦୁର୍ବୁତ୍ତ ତାଙ୍କ ୁ ଗୁରୁବାର ଦିନ ନବ ଦମ୍ପତିଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି । ଗୋଟିଏ ଘରେ ନବଦମ୍ପତିଙ୍କ ରକ୍ତ ଜୁଡୁ ବୁଡୁ ମୃତଦେହ ପୋଲିସ ଉଦ୍ଧାର କରି ତଦନ୍ତ ଚଳାଇଥିବା ବେଳେ ମୃତ ଝିଅର ବାପା କୁ ଥାନାକୁ ଆଣି ପଚାରା ଉଚାରା ଜାରୀ ରଖିଛି । ଘଟଣାରେ କେଉଁ ମାନେ ସଂପୃକ୍ତ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଧରାପଡିନାହାନ୍ତି । ପୋଲିସ ମୃତ ଦେହକୁ ଜବତ କରି ମେଡିକାଲକୁ ପଠାଇବା ସହ ତଦନ୍ତ ଜାରୀ ରଖିଛି ।


