ଅନ୍ୱେଷଣ ଥିଏଟର ପକ୍ଷରୁ ୭୪ ତମ ସ୍ୱାଧିନତା ଦିବସ ପାଳନ

ଯାଜପୁରର,(ଓ୍ବାଇଏନ୍ଏସ୍): ଯାଜପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ୍ ସପନପୁର ଯାଜପୁର ଆନୁକୂଲ୍ୟରେ ୭୪ ତମ୍ ସ୍ୱାଧିନତା ଦିବସ ଚଳିତ ବର୍ଷ କୋଭିଡ଼୍‌-୧୯ ଭୟାବହତା ସତ୍ୱେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ପ୍ରଣିତ ନିୟମକୁ ସୂଚାରୁ ରୂପେ ପାଳନ କରି ସ୍ୱାଧିନତା ଦିବସ ଓ ପତାକା ଉତ୍ତୋଳନ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତିଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଜାତୀୟସଂଗୀତ ଗାନ କରିବା ସହିତ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ସ୍ମୃତି ଚାରଣ କରାଯାଇଥିଲା । ସର୍ବଶେଷରେ ଅନୁଷ୍ଠାନର ସଭାପତି ବୃନ୍ଦାବନ ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହିତ ମିଷ୍ଠାନ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ