ଅନ୍ୱେସଣ ଥିଏଟର ଗ୍ରୁପ୍ ପକ୍ଷରୁ ସାଧାରଣ ତନ୍ତ୍ରଦିବସ ପାଳିତ

ଯାଜପୁର- ଅନ୍ୱେସଣ ଥିଏଟର ଗ୍ରୁପ୍ ପକ୍ଷରୁ ୭୧ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ମିଶ୍ର ପତାକା ଉତ୍ତୋଳନ କରିଥିଲେ । ଉପସ୍ଥିତ ଥିବା ଛୋଟ ଛୋଟ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ହେବା ପରେ ଅନୁଷ୍ଠାନର ଉପସଭାପତି ଅଭିମନ୍ୟୁ ମିଶ୍ର ସାଂସ୍କୃତିକ ସମ୍ପାଦକ ଶଙ୍କର ସାହୁ, ସମ୍ପାଦକ ତାପସ ମହାପାତ୍ର, ବୈଦ୍ୟନାଥ ପଣ୍ଡା, ପ୍ରଶନ୍ନ ବିଶ୍ୱାଳ, ଚିନ୍ମୟୀ ଦାଶ, ଧନଞ୍ଜୟ ପୃଷ୍ଟି, ପ୍ରଭାତ ଦାସ, ସ୍ୱାତ୍ତି ପଣ୍ଡା, ରତିକାନ୍ତ ସାହୁ, ବିଶ୍ୱଜିତ୍ ମଲ୍ଲିକ, ଅନିତା ସାହୁ ସେଠାରେ ଉପସ୍ଥିତ ଥିଲେ । ଏଥିରେ ବୃନ୍ଦାବନ ମିଶ୍ର ତାଙ୍କ ବକ୍ତବ୍ୟରେ ଗଣତନ୍ତ୍ର ଦିବସରେ ଭାରତର ଗଣତନ୍ତ୍ର ବ୍ୟବସ୍ଥାକୁ ବିଶ୍ୱର ସମସ୍ତ ଦେଶ ଶ୍ରେଷ୍ଠ ଗଣତନ୍ତ୍ର ବୋଲି ସ୍ୱିକାର କରିଛନ୍ତି । ଶେଷରେ ସମ୍ପାଦକ ତାପସ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ