ଅନ୍‌ଲକ୍‌-୩ରେ କଟକଣା ଜାରିରହିବ

ଛତ୍ରପୁର, (ଓ୍ବାଇଏନ୍ଏସ୍):କରୋନା ଚେନ୍‌କୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍‌ଲକ୍‌-୩ ଗାଇଡ୍‌ଲାଇନ୍‌କୁ ଆଧାର କରି ଜିଲ୍ଲାରେ ଗଂଜାମ ପୁଲିସ ପକ୍ଷରୁ କଟକଣା ଜାରି ରହିବ । ଚଳିତ ଅଗଷ୍ଟମାସ ପୁଲିସକୁ ସକ୍ରିୟ ସହ କାର୍ଯ୍ୟ କରିବାକୁ ହେବ ବୋଲି ଗଂଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ସମସ୍ତ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶନିବାର ଜୁମ୍ ଆପ୍ ମାଧ୍ୟମରେ ଆୟୋଜିତ ଭିଡିଓ କନଫରେନ୍ସିଂରେ ଗଂଜାମ ଆରକ୍ଷୀ ଅଧୀକ୍ଷକ ଅଧ୍ୟକ୍ଷତା କରି ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌କୁ କଡାକଡି ପାଳନ କରିବାକୁ ହେବ । ଏଥିପାଇଁ ଗଂଜାମ ପୁଲିସ ଜିଲ୍ଲାର ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ହେବ । ଅପରାହ୍ନ ୪ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ୧୩ ଘଣ୍ଟିଆ ଲକ୍‌ଡାଉନ୍ ଜାରି ରହିଛି । ଏହି ସମୟରେ ପୁଲିସର ପଇଁତରା କଡାକଡି ରହିବ । ସେହିପରି ବିନା ଅନୁମତିରେ ଯାନବାହନ ଚଳାଚଳ ପ୍ରତି କଟକଣା ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଯାଞ୍ଚକୁ କଡାକଡି କରାଯିବ । ପୂର୍ବ ପରି ଗଂଜାମ-ଖୋର୍ଦ୍ଧା ସୀମାନ୍ତରେ କଟକଣା ଜାରି ରହିବ । ବିନା ଅନୁମତିରେ ଗୁରାପଲ୍ଲୀ ଛକରୁ କାହାରିକୁ ଛଡାଯିବ ନାହିଁ । ମାସ୍କ ନ ପିନ୍ଧିଥିବା, ସାମାଜିକ ଦୂରତାକୁ ଅବଲମ୍ବନା ଏବଂ ବିନା କାରଣରେ ବାହାରେ ବୁଲୁଥିବା ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଞ୍ଜାମ ଏସ୍‌ପି ନିର୍ଦ୍ଦେଶ ଜାରି କରିଛନ୍ତି ।ସେହିପରି ଏହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଂଜାମ ଏସ୍‌ପି ଶ୍ରୀ ରାଏ ସମସ୍ତ ଥାନା ଗୁଡିକର ଅପରାଧ ସମୀକ୍ଷା କରିଛନ୍ତି । ଗଲାମାସ ପାଇଁ ସମସ୍ତ ଥାନା ଗୁଡିକକୁ ମାମଲା ଗୁଡିକ ଫଇସଲା ନିମନ୍ତେ ତଦନ୍ତ କାର୍ଯ୍ୟ ଶେଷ କରିବାକୁ ଦିଆଯାଇଥବା ଲକ୍ଷ୍ୟକୁ କେତେ ଦୂର କାର୍ଯ୍ୟ କରି ହୋଇଛି ସେ ସଂକ୍ରାନ୍ତରେ ପ୍ରତି ଥାନାୱାରୀ ସମୀକ୍ଷା କରାଯାଇଛି । ଗଂଜାମ ପୁଲିସ ଜିଲ୍ଲାର ୨୪ଟି ଥାନାକୁ ଗଲାମସାରେ ୯୧୪ଟି ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଥିବା ବେଳେ ୭୯୫ଟି ମାମଲାର ତଦନ୍ତ କାର୍ଯ୍ୟ ଶେଷ ହୋଇଥିବା ବିଭିନ୍ନ ଥାନା ଅଧିକାରୀମାନେ କହିଥିଲେ । ଏଥିସହ ପ୍ରତ୍ୟେକ ଥାନାରେ ଅଧିକାରୀ ଓ କର୍ମଚାରୀମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ରହିଛି । ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ଏବଂ ଯେଉଁମାନେ ସୁସ୍ଥ ହୋଇ ଫେରି କାର୍ଯ୍ୟରେ ଯୋଗ ଦେଲେ ନାହିଁ ଏସବୁ ବିଷୟ ଉପରେ ଥାନା ଅଧିକାରୀମାନେ ତଦାରଖ କରିବାକୁ ଏସ୍‌ପି କହିଛନ୍ତି । କରୋନା ପାଇଁ ଲକ୍‌ଡାଉନ୍ ଓ କଟକଣା ସମୟରେ ଗ୍ରାମାଞ୍ଚଳରେ ଦେଖାଦେଉଥିବା ବିଭିନ୍ନ ବିଶୃଙ୍ଖଳା ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେଥିପ୍ରତି ତୀକ୍ଷଣ ନଜର ରଖିବାକୁ ହେବ । ଥାନାକୁ ନ ଆସି ଜନସାଧାରଣଙ୍କ ଅଭିଯୋଗକୁ କିପରି ପ୍ରାଧାନ୍ୟ ଦିଆଯାଇପାରିବ ସେଥିପ୍ରତି ମଧ୍ୟ ଥାନା ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରିବା ପାଇଁ ଗଂଜାମ ଏସ୍‌ପି ପରାମର୍ଶ ଦେଇଥିଲେ । ଏହାସହ ୨୨ଗୋଟି ଏଜେଣ୍ଡା ଉପରେ ଗଂଜାମ ଏସପି ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ଡିଏସ୍‌ପି ଉତ୍କଳ କେଶରୀ ଦାଶ, ଅଜୟ କୁମାର ମିଶ୍ର ଓ ଏସ୍‌.ପ୍ରଧାନ, ଜିଲ୍ଲା ଅପରାଧ ନିୟନ୍ତ୍ରଣ ବିଭାଗର ମୁଖ୍ୟ ଟୁକୁ ବିଷୋୟୀଙ୍କ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ