ଅନ୍‌ଲାଇନ ସ୍ତରୀୟ ସେଚତନତା ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-କଟକ ସ୍ଥିତ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଗଜପତି ଜିଲ୍ଲା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟପ୍ରିର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସେଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍ ହେମନ୍ତ କୁମାର ସେଠୀ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ମାନସ କୁମାର ପଣ୍ଡା, ବରିଷ୍ଠ ଦେୱାନୀ ଅଧିକାରୀ ଦିପଙ୍କର ପଟ୍ଟନାୟକ, ପ୍ରାଧିକରଣର ସଚିବ ରବି ନାରାୟଣ ବେହେରା, ସିଭିଲ କୋର୍ଟ ରେଜିଷ୍ଟ୍ରାର ସତ୍ୟବପ୍ରତ ରାଣା, ପ୍ରଥମ ଶ୍ରେଣୀ ବାଚାର ବିଭାଗୀୟ ଅଧିକାରିଣୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଗଜପତି ଯୋଗଦେଇ ସର୍ବୋଚ୍ଚ ଅଦାଲତଙ୍କ ବିଭିନ୍ନ ନିୟମାବଳୀ ଓ ମୋଟର ଜନିତ ଦୁର୍ଘଟଣା ପରେ ଅଭିଯୋଗକାରୀ ଚାଳକଙ୍କ ପ୍ରତି ପୋଲିସ ଓ ପ୍ରଶାସନର କର୍ତ୍ତବ୍ୟ ଏବଂ ମଧ୍ୟସ୍ଥତା ଦ୍ୱାରା ଏହାର କିପରି ସମାଧାନ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଅନ୍ୟପକ୍ଷରେ ବରିଷ୍ଠ ଦେୱାନୀ ଅଧିକାରୀ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଯୋଗଦେଇ ତୃଣମୂଳ ସ୍ତରରୁ କିପରି ସ୍‌ସ୍‌ତ ବ୍ୟକ୍ତି ମାଗଣା ଆଇନ ସେବା ପାଇପାରିବେ ଉକ୍ତ ବିଷୟରେ ସଚେତନତା କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ପୋଲିସ ଅଧିକାରୀ, ଆଇନଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ