ଅନ୍ ଲାଇନ୍ ରେ ଭୋଟର ନିଜେ ପୂରଣ କଲେ ତଥ୍ୟ ସମ୍ପୂର୍ଣ୍ଣ ନିର୍ଭୁଲ ରହିବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆଜି ତା.୦୯.୧୧.୨୦୨୨ ରିଖରୁ ଡିସେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସମୟସୀମା ମଧ୍ୟରେ ଭୋଟଦାତାଗଣ ସେମାନଙ୍କ ଭୋଟର ତାଲିକା ଗୁଡିକୁ ନିଜ ନିଜ ବୁଥ୍ କିମ୍ବା ଭୋଟର ହେଲପିଙ୍ଗ୍ ଆପ୍ ଜରିଆରେ ପରଖି ପାରିବେ ଏବଂ ସେଥିରେ ରହିଥିବେ ନିଜର ତଥ୍ୟ ଭୁଲ୍ ଥିଲେ ନିର୍ଦ୍ଧାରିତ ଫର୍ମ ପୂରଣ କରି ଭୋଟର ତାଲିକା ଟିକୁ ସଂଶୋଧନ କରାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଦରମହକୁମା ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଚେତନତାମୂଳକ ଏହି ଜାତୀୟ କାର୍ଯ୍ୟକ୍ରମରେ ଜନ ସାଧାରଣ ସ୍ବ ଇଚ୍ଛାରେ ଯୋଗଦାନ କରିବାକୁ ଜିଲ୍ଲାପାଳ ଜଣାଇଥିଲେ । ଯେଉଁ ଯୁବକ ମାନଙ୍କର ବୟସ ୧୭ ବର୍ଷରୁ ଉର୍ଦ୍ଧ୍ବ ସେମାନେ ଫର୍ମ ନଂ ୬ ପୂରଣ କରି ନିଜ ନାମ ପଞ୍ଜିକରଣ କରାଇ ପାରିବେ । ସେମାନଙ୍କୁ ୧୮ ବର୍ଷ ପୂରଣ ହେଲେ ସେମାନଙ୍କ ନାମଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ ଏବଂ ଭୋଟର କାର୍ଡ ପାଇବେ । ଫର୍ମ-୬ ‘ଖ’ ପୂରଣ କରି ନିଜ ଭୋଟର କାର୍ଡ ସହିତ ଆଧାର କାର୍ଡକୁ ସ୍‌ଯୋଗ କରିପାରିବେ । ଫର୍ମ ୭ ପୂରଣ କରି ଭୋଟର ତାଲିକାରୁ ମୃତ ବ୍ୟକ୍ତିଙ୍କ ନାମ ବାଦ୍ କରିପାରିବେ । ଫର୍ମ ୮ ପୂରଣ କରି ଭୋଟର ତାଲିକାରେ ପ୍ରକାଶିତ ତଥ୍ୟ ସଂଶୋଧନ କରାଇ ପାରିବେ । ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ପ୍ରକୋଷ୍ଠ ଠାରେ ସମସ୍ତ ରାଜନୈତିକ ଦଳ ପ୍ରତିନିଧି, ସାମ୍ବାଦିକ ବନ୍ଧୁଗଣ ଏବଂ ଯୁବ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ସମ୍ପର୍କିତ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଅଧ୍ୟକ୍ଷତା କରି ଜଣାଇଥିଲେଯେ, ଆବେଦନ ବା ସଂଶୋଧନ ପ୍ରକ୍ରିୟାରେ ଭୋଟ ଦାତାଗଣ ନିଜେନିଜେ ନିଜ ଫୋନ୍ ରେ ଅନଲାଇନ୍ ଆବେଦନ କିମ୍ବା ସଂଶୋଧନ କରିବେ । ତେବେ ଭୋଟର ତାଲିକାରେ ତଥ୍ୟ ଗୁଡିକ ନିର୍ଭୁଲ ରହିବ । ଅକ୍ଟୋବର ୧ ତାରିଖ ସୁଦ୍ଧା ଯେଉଁ ଯୁବକ ମାନଙ୍କର ବୟସ ୧୮ ବର୍ଷ ସେମାନେ ନିଜ ନାମ ଅନ୍ତର୍ଭୁକ୍ତ କରାଇ ପାରିବେ । ମହା ବିଦ୍ୟାଳୟ ସ୍ତରରେ ଯୁବକଗଣ ନିଜ ନାମ ଭୋଟର ତାଲିକାରେ ପଞ୍ଜିକରଣ କରିବା ଦିଗରେ ଆଗ୍ରହ ହେବା ଆବଶ୍ୟକ ଏବଂ ଅନ୍ୟ ମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିବା ଉଚିତ୍ ବୋଲି ଜଣାଇଥିଲେ । ବିଭିନ୍ନ ବିଜୟ ପ୍ରାର୍ଥୀଙ୍କ ପ୍ରତିନିଧିଗଣ ଭୋଟରତାଲିକା ସଂଶୋଧନ ପ୍ରକ୍ରିୟାରେ ଦେଖାଯାଉଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ଏବଂ ଏହାର ସମାଧାନ କିଭଳି ହେବ ସେଥି ସକାଶେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଡେପୁଟି କଲେକ୍ଟର ନିର୍ବାଚନ ପ୍ରମୋଦ କୁମାର ବେହେରା, ସହକାରୀ କଲେକ୍ଟର ଅଶୋକ ପ୍ରଧାନ, ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର, ନୂତନ ଭୋଟର ଯୁବକ ଯୁବତୀ, ଜରୁରୀ କାଳୀନ ଅଧିକାରୀ ସୁକାନ୍ତ କୁମାର ମିଶ୍ର, ସମସ୍ତ ଦଳୀୟ ପ୍ରତିନିଧିଗଣ ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ଧନ୍ୟବାଦ ଉପସ୍ଥାପନ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ