ଅନ୍ ଲାଇନ୍ ରେ ଶିକ୍ଷା ଦେଇଥିବା ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :କରୋନା ସମୟରେ ଅନ୍ ଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଥିବା ବେଲଗୁଣ୍ଠା ବ୍ଳକ୍ ର ଶିକ୍ଷୟିତ୍ରୀ ଦୀପ୍ତାଂଶୁ ପ୍ରଭା ଦେବୀ ସମ୍ବର୍ଦ୍ଧିତ ହୋଇଛନ୍ତି I ସୂଚନା ପ୍ରକାରେ ଦୀପ୍ତାଂଶୁ ପ୍ରଭା କରୋନା ସମୟରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଆନୁକୂଲ୍ୟରେ ପ୍ରସ୍ତୁତ ହୋଇଥିବା ୟୁଟ୍ୟୁବ୍ ଅନ୍ ଲାଇନ୍ କ୍ଳାସ୍ ରେ ଶିକ୍ଷା ଦାନ କରିଥିଲେ I ଆଜି ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା 5T ଟ୍ରେନିଂ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ,ଜିଲ୍ଳା ଶିକ୍ଷା ଶାସ୍ତ୍ର ସଂଯୋଜକ ସନ୍ତୋଷ କୁମାର ପଣ୍ଡା, ଭଞ୍ଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ ପ୍ରମୁଖ ଉପସ୍ଥିତ ରହି ଦୀପ୍ତାଂଶୁ ପ୍ରଭାଙ୍କୁ ସାର୍ଟିଫିକେଟ ଦେଇ ସମ୍ବର୍ଦ୍ଧିତ କରିଥିଲେ I